ଅବୈଧ ଇମ୍ମିଗ୍ରେସନ ରାକେଟ୍‌ର ପର୍ଦ୍ଦାଫାସ, ଦିଲ୍ଲୀ ଓ ଗୁଜରାଟରେ ED ଚଢଉ techguruodia


ନୂଆଦିଲ୍ଲୀ ୨୧।୧: ନକଲି ଭିସା ଏବଂ ପାସପୋର୍ଟ ବଳରେ ଭାରତୀୟ ନାଗରିକଙ୍କୁ ବିଦେଶ ପଠାଉଥିବା ରାକେଟର ପର୍ଦ୍ଦାଫାସ ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବେଆଇନ ଇମିଗ୍ରେସନ ରାକେଟ୍‌କୁ ସହାୟତା କରୁଥିବା ଏଜେଣ୍ଟଙ୍କ ବିରୋଧରେ ଗୁଜୁରାଟ ଏବଂ ଦିଲ୍ଲୀରେ ଚଢଉ କରିଛନ୍ତି।  ରବିବାର ଇଡି ଏହି ସୂଚନା ଦେଇଛନ୍ତି। ଇଡିଙ୍କ ଏହି ଚଢଉ ଜାନୁୟାରୀ ୧୯ ଓ ୨୦ ତାରିଖରେ ଗୁଜରାଟର ଅହମଦାବାଦ, ସୁରଟ ଓ ମେହସଣାରେ ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀର ୨୨ଟି ସ୍ଥାନରେ ହୋଇଛି।

ଇଡି ଏକ ବିବୃତ୍ତିରେ  ଅବୈଧ ଇମ୍ମିଗ୍ରେସନରେ ସହାୟତା ନିମନ୍ତେ  ବବି ଓରଫ ଭାରତଭାଇ ପଟେଲ, ଚରଣଜିତ ସିଂ ଏବଂ ଅନ୍ୟମାନେ ଜଡିତ ଥିବା କହିଛନ୍ତି।  ସୂଚନାଯୋଗ୍ୟ ଯେ ଭାରତଭାଇ ପଟେଲଙ୍କୁ ୨୦୨୨ରେ ଗୁଜୁରାଟ ପୋଲିସ ଗିରଫ କରିଥିଲା। ଅଭିଯୁକ୍ତ ପଟେଲ ମଧ୍ୟ ଡିଙ୍ଗୁଚା ମାମଲାରେ ଜଡିତ ଥିଲେ, ଯେଉଁଠାରେ କାନାଡାରୁ ବେଆଇନ ଭାବେ ଆମେରିକାରେ ଅନୁପ୍ରବେଶ ଚେଷ୍ଟା କରୁଥିବାବେଳେ ୪ଜଣଙ୍କର ମୃତ୍ୟୁ ହୋଇଥିଲା।

ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ର ଏକାଧିକ ଧାରାରେ ରୁଜୁ ଇଡି ମାମଲାରେ ୨୦୧୫ ମସିହାରୁ  ସେ ବେଆଇନ ଭାବେ ଭାରତୀୟ ନାଗରିକଙ୍କୁ ବିଦେଶ ପଠାଇବାରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି । ଏଣୁ ଆଇପିସି ଏବଂ ପାସପୋର୍ଟ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ପଞ୍ଜୀକୃତ ହୋଇଥିବା ଗୁଜୁରାଟ ପୋଲିସ୍ ଏଫ୍ଆଇଆରରୁ  ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ ଅଭିଯୁକ୍ତମାନେ ତ୍ରୁଟିପୂର୍ଣ୍ଣ ଉପାୟରେ ଯାତ୍ରୀଙ୍କ ନକଲୀ ପାସପୋର୍ଟମାଧ୍ୟମରେ ଅନେକ ଦେଶରୁ ଭିସା ପାଇବା ଓ ଲୋକଙ୍କୁ ପଠାଇବା କାମ କରୁଥିଲେ।

ତଦନ୍ତକାରୀ ଟିମ୍‌ଙ୍କ  ଅନୁସାରେ ସେମାନେ  ଯାତ୍ରୀ ପିଛା ଜଣକା ୬୦ରୁ ୭୫ ଲକ୍ଷ ଟଙ୍କା ନେଉଥିଲେ। ସେହିପରି ଦମ୍ପତ୍ତିଙ୍କ ଠାରୁ ଅନୁନ୍ୟ ୧ କୋଟି ଟଙ୍କା ଆଦାୟ କରୁଥିଲେ। ଏହି ମାମଲାରେ ସୂଚନା ଦେଇ ଇଡି କହିଛନ୍ତି ଯେ ଦୁଇ ଦିନିଆ ଚଢଉ ସମୟରେ  ସେମାନଙ୍କଠାରୁ ନଗଦ ପ୍ରାୟ ୧.୫ କୋଟି ଟଙ୍କା ଓ ୨୧ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ ହୋଇଛି।  ଇଡି ଅନୁଯାୟୀ ମାମଲାରେ ଅନେକ ଡିଜିଟାଲ ଏବଂ ଡକ୍ୟୁମେଣ୍ଟାରୀ ପ୍ରମାଣ ମଧ୍ୟ ଜବତ କରାଯାଇଛି।

କୋଲକାତା ହାଫ୍ ମାରାଥନରେ ଦୁର୍ଘଟଣା, ପୋଲିସ ଅଧିକାରୀ ଆହତ

The post ଅବୈଧ ଇମ୍ମିଗ୍ରେସନ ରାକେଟ୍‌ର ପର୍ଦ୍ଦାଫାସ, ଦିଲ୍ଲୀ ଓ ଗୁଜରାଟରେ ED ଚଢଉ appeared first on Prameya News7.



Leave a Comment