ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ: ଜାନୁଆରୀ ୨୨ରେ ଦିଲ୍ଲୀ AIIMSରେ ମଧ୍ୟ ହାଫ୍‌ ଡେ ଛୁଟି techguruodia


ନୂଆଦିଲ୍ଲୀ: ଜାନୁଆରୀ ୨୨ ଅର୍ଥାତ୍‌ ସୋମବାର, ଅଯୋଧ୍ୟରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶ ଉତ୍ସବ ମୁଖର। ପ୍ରାଣ ପ୍ରତିଷ୍ଠାକୁ ଉତ୍ସବ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ହାଫ୍‌ ଡେ ଛୁଟି ଘୋଷଣା ମଧ୍ୟ କରାଯାଇଛି । ଏହା ସହ ଅନେକ ବେସରକାରୀ ସଂସ୍ଥା ମଧ୍ୟ ଏହି ଦିନ ଅଫିସ୍‌ରେ ମଧ୍ୟ ହାଫ୍‌ ଡେ ଛୁଟି ଘୋଷଣା କରିଛନ୍ତି। ଏବେ ଏହି କ୍ରମରେ ଦିଲ୍ଲୀ ଏମ୍ସ ମଧ୍ୟ ସାମିଲ ହୋଇଛି। ଏମ୍ସ ସୋମବାର ମଧ୍ୟ ହାଫ୍‌ ଡେ ଛୁଟି ଘୋଷଣା କରିଛି।

ଦିଲ୍ଲୀ ଏମ୍ସରେ ଅଧିକାରୀ ଏବଂ ମେଡିକାଲ ବିଭାଗର ଏଚଓଡି. ବ୍ରାଞ୍ଚ ଅଫିସ୍‌, ସବୁ ୟୁନିଟ୍‌ର କର୍ମଚାରୀ ଏବଂ ତାଙ୍କ ଅଧୀନରେ ଥିବା ଷ୍ଟାଫ୍‌ଙ୍କୁ ଅଧାଦିନ ଛୁଟି ଦିଆଯାଇଛି। ଅବଶ୍ୟ ଏମ୍ସର ଇମରଜେନ୍ସୀ ଏବଂ କ୍ରିଟିକାଲ ସେବା ଚାଲୁ ରହିବ। ସେହିଭଳି ଦିଲ୍ଲୀର ଆଉ ଏକ ପ୍ରତିଷ୍ଠିତ ହସ୍ପିଟାଲ ମନୋହର ଲୋହିୟା ମଧ୍ୟ ଅଧା ଦିନର ଛୁଟି ଅବକାଶ ମିଳିବ। ଅବଶ୍ୟ ଜରୁରୀ ସେବା ଜାରି ରହିଛି। ଏହା ପୂର୍ବରୁ ଦିଲ୍ଲୀ ସରକାର ଏବଂ ସମସ୍ତ ସରକାରୀ ଅଫିସ୍‌କୁ ହାଫ୍‌ ଡେ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ରାମ ମନ୍ଦିରରେ ବ୍ୟବହାର ହୋଇନି ଲୁହା ଏବଂ ଷ୍ଟିଲ୍, ନିର୍ମାଣରେ ସହଯୋଗ କରିଛି ଇସ୍ରୋ

ଏହା ପୂର୍ବରୁ କେନ୍ଦ୍ର ସରକାର ୨ ଦିନ ପୂର୍ବେ ଗୁରୁବାର ସବୁ କର୍ମଚାରୀଙ୍କ ପାଇଁ ସୋମବାର ଅଧା ଦିନର ଛୁଟି ଘୋଷଣା କରିଥିଲେ। ଏହା ପରେ ରାଜ୍ୟ ଏବଂ ସଂସ୍ଥାମାନେ ହାଫ୍‌ ଡେ ଛୁଟି ଘୋଷଣା କରିଥିଲେ। ମହାରାଷ୍ଟ୍ର ସରକାର ସୋମବାର ସାର୍ବଜନିକ ଛୁଟି ଘୋଷଣା କରିଛନ୍ତି। ସେହିଭଳି ଚଣ୍ଡିଗଡ଼ ଏବଂ ପୁଡୁଚେରୀରେ ମଧ୍ୟ ପୂରା ଦିନ ଛୁଟି ଘୋଷଣା କରାଯାଇଛି। ସେପଟେ ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ତ୍ରିପୁରା ଏବଂ ହରିୟାଣାରେ ମଧ୍ୟ ସବୁ ଅଫିସ୍‌ ତଥା ସଂସ୍ଥା ଅଧା ଦିନ ବନ୍ଦ ରହିବ। ଆହୁରି ମଧ୍ୟ ନାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ସୋମବାର କାରବାର ବନ୍ଦ ରହିବ।

The post ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ: ଜାନୁଆରୀ ୨୨ରେ ଦିଲ୍ଲୀ AIIMSରେ ମଧ୍ୟ ହାଫ୍‌ ଡେ ଛୁଟି appeared first on Prameya News7.



Leave a Comment