ଆମେ ଗାନ୍ଧୀଙ୍କ ରାମଙ୍କୁ ପୂଜା କରୁ ବିଜେପି ରାମଙ୍କୁ ନୁହେଁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା techguruodia

[ad_1]

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହୋଇଛି। ଏପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଆମ ଗାନ୍ଧୀଙ୍କ ରାମଙ୍କୁ ପୂଜା କରୁ ବିଜେପି ରାମଙ୍କୁ ନୁହେଁ ବୋଲି ସିଦ୍ଧରମେୟା କହିଛନ୍ତି।

ବିଜେପିକୁ ଟାର୍ଗେଟ୍ କରି ସିଦ୍ଧରମେୟା କହିଛନ୍ତି ଯେ ଗେରୁଆ ଦଳ ପ୍ରଭୂ ଶ୍ରୀ ରାମଙ୍କୁ ମାତା ସୀତା ଓ ଭାଇ ଲକ୍ଷ୍ମଣଙ୍କ ଠାରୁ ଦୂରେଇ ଦେବାକୁ ଚେଷ୍ଟା କରୁଛି। ବିନା ଲକ୍ଷ୍ମଣ ଓ ସୀତାରେ ରାମ ହୋଇପାରିବେ ନାହିଁ। ପ୍ରଭୂ ରାମ ସର୍ବତ୍ର ରହିଛନ୍ତି କେବଳ ଅଯୋଧ୍ୟାରେ ନୁହେଁ।

ସିଦ୍ଧରମେୟା କହିଛନ୍ତି ଯେ ତାଙ୍କ ଗାଁରେ ବି ଯେଉଁ ରାମ ମନ୍ଦିର ରହିଛି ସେଠାରେ ଶ୍ରୀ ରାମ ରହିଛନ୍ତି। ସିଦ୍ଧରମେୟା ମହେଦବପୁର ଜିଲ୍ଲାରେ ଥିବା ତାଙ୍କ ଗାଁରେ ଶ୍ରୀ ରାମ ମନ୍ଦିର ନିର୍ମାଣ ନିର୍ମାଣ କରାଇବା ସହ ଶ୍ରୀ ରାମ, ସୀତା, ଲକ୍ଷ୍ମଣ ଓ ହନୁମାନଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନା କରିବା ପରେ ଏପରି କହିଛନ୍ତି।

ପଢ଼ନ୍ତୁ-ପ୍ରାଣ ପ୍ରତିଷ୍ଠା ସରିବା ପରେ ୧୧ ଦିନର ଉପବାସ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ

ସିଦ୍ଧରମେୟା ଆହୁରି କହିଛନ୍ତି ଯେ ଭଗବାନ ଶ୍ରୀ ରାମ ସମସ୍ତଙ୍କର ଠାକୁର। ସେ କେବଳ ବିଜେପି ଓ ହିନ୍ଦୁର ଠାକୁର ନୁହଁନ୍ତି। ଆମେ ବି ପ୍ରଭୂ ଶ୍ରୀ ରାମଙ୍କ ଭକ୍ତ। ସମୟ ପାଇଲେ ସେ ଦିନେ ଅଯୋଧ୍ୟ ଯିବେ ବୋଲି ସିଦ୍ଧରମେୟା କହିଛନ୍ତି।

ସୂଚନା ଥାଉକି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ କଂଗ୍ରେସକୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ବିଜେପି ଏହାର ରାଜନୀତି କରଣ କରୁଛି ବୋଲି ଅଭିଯୋଗ କରି ଦଳ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇ ନାହିଁ। ଏହାକୁ ନେଇ ସିଦ୍ଧରମେୟା କହିଛନ୍ତି ଯେ ସେମାନେ ଆମକୁ ରାମ ବିରୋଧୀ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି, ଯାହା ଠିକ୍ ନୁହେଁ। ସେମାନେ ଅଯୋଧ୍ୟା ରାମ ମନ୍ଦିର ବିରୋଧୀ ନୁହେଁ,ସେମାନେ ରାଜନୀତି କରୁଛନ୍ତି ବୋଲି ସିଦ୍ଧରମେୟା କହିଛନ୍ତି।    

The post ଆମେ ଗାନ୍ଧୀଙ୍କ ରାମଙ୍କୁ ପୂଜା କରୁ ବିଜେପି ରାମଙ୍କୁ ନୁହେଁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା appeared first on Prameya News7.


[ad_2]

Leave a Comment