ଆସନ୍ତା ୩ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୨୬ରୁ ବଦଳିବ ପାଗ techguruodia


ଭୁବନେଶ୍ବର ୨୩।୧: ଆସନ୍ତା ୩ ଦିନ ଯାଏଁ ବର୍ଷା । ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ମୁଖ୍ୟତଃ ଉତ୍ତର ଓଡିଶା, ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ହୋଇପାରେ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୂଆପଡା, ବଲାଙ୍ଗିର, କନ୍ଧମାଳ, ରାୟଗଡାରେ ହାଲୁକା ବର୍ଷା ସମ୍ଭାବନା ରହିଛି ।

ସେହିପରି ବୁଧବାର ଉପକୂଳ ଓଡିଶା ସମେତ ରାୟଗଡା, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, ମୟୂରଭଞ୍ଜରେ ବର୍ଷା ହୋଇପାରେ । ୨୫ରେ ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, କୋରାପୁଟ, ରାୟଗଡା ଓ ଜଗତସିଂହପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବର୍ତ୍ତମାନ ଓଡିଶା ଉପରେ କୌଣସି ପାଣିପାଗ ନିୟାମକ ନ ଥିବା ବେଳେ ପରେ ୨ରୁ ୩ଡିଗ୍ରୀ ତାପମାତ୍ରା ଖସିବାର ସମ୍ଭାବନା ରହିଛି ।

ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି, ବାୟୁମଣ୍ଡଳର ତଳ ଭାଗରେ ଗୁରୁଚାପ ବଳୟ ପ୍ରଭାବ ରହିଛି । ଯାହାକି କେନ୍ଦ୍ରୀୟ ଭାରତ ଓ ଉପକୂଳ ଓଡିଶାରୁ ଜଳୀୟବାଷ୍ପ ଆସୁଛି । ଏଥିସହ ଓଡିଶାର ଉପରି ଭାଗରେ ମଧ୍ୟ ଷ୍ଟ୍ରଙ୍ଗ ଉଇଣ୍ଡ ମଧ୍ୟ ରହୁଛି । ତେବେ ତଳ ଭାଗରେ ଜଳୀୟବାଷ୍ପ ଓ ଉପରି ଭାଗରେ ଥଣ୍ଡା ପବନ ପ୍ରବାହ ବୋହୁଛି । ଫଳରେ ରାଜ୍ୟରେ ହାଲୁକା ବର୍ଷା ହେଉଥିବା କହିଛନ୍ତି । ତେବେ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୂତ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କୁହୁଡି ଦେଖାଦେଇଥିବା ବେଳେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ନାହିଁ ।

You Can Read :

The post ଆସନ୍ତା ୩ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୨୬ରୁ ବଦଳିବ ପାଗ appeared first on Prameya News7.



Leave a Comment