ଉଚ୍ଛେଦ ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ଦେବାକୁ ଦାବି, ସିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ techguruodia


କଟକ ୧୯।୧: ଉଚ୍ଛେଦ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ସାମିଲ କରି ସ୍ଥାୟୀ ପଟ୍ଟା ଦେବା ଦାବିରେ ସିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବସ୍ତିବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ବାସହରା ବସ୍ତି ବାସିନ୍ଦାଙ୍କୁ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

କଟକ କାଳୀବିହାର ବସ୍ତି ଓ ପେଟ୍ଟେନାଳ ଅଞ୍ଚଳରୁ ଶହେରୁ ଉର୍ଦ୍ଧ୍ବ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ କରାଯିବା ସହ ଧବଳେଶ୍ଵର ନିକଟରେ ଜାଗା ଓ ସ୍ଥାୟୀ ପଟ୍ଟା ଦେବାକୁ କୁହାଯାଇଥିଲା ହେଲେ ସିଏମସି ଏପର୍ଯ୍ୟନ୍ତ ବସ୍ତି ବାସିନ୍ଦାଙ୍କୁ କୌଣସି ସ୍ଥାୟୀ ପଟ୍ଟା ଦେଇନାହିଁ । ତେବେ ଯଦି କଟକ ମହାନଗର ନିଗମ ଉଚ୍ଛେଦ ବସ୍ତି ବାସିନ୍ଦାଙ୍କୁ ତୁରନ୍ତ ଜାଗା ମିଶନରେ ସାମିଲ କରି ବସ୍ତିବାସିନ୍ଦାଙ୍କୁ ପଟ୍ଟା ନଦେବ । ତେବେ ଆଗକୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବସ୍ତିବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି ।

You Can Read :

The post ଉଚ୍ଛେଦ ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ଦେବାକୁ ଦାବି, ସିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ appeared first on Prameya News7.



Leave a Comment