ଉଦ୍ଧାର ହେଲା ବଜ୍ରକାପ୍ତା, ବିକ୍ରି ପାଇଁ ମୁଲଚାଲ କରୁଥିବାବେଳେ ଜଣକୁ ଗିରଫ କଲା ବନବିଭାଗ techguruodia


ନବରଙ୍ଗପୁର: ଚୋରା ଚାଲାଣବେଳେ ବଜ୍ରକାପ୍ତା ଉଦ୍ଧାର। ଏହା ସହ ଜଣକୁ ଗିରଫ କରିଛି ବନବିଭାଗ। ସପ୍ତାହକ ମଧ୍ୟରେ ଦୁଇଟି ବଜ୍ରକାପ୍ତା ଚୋରା ଚାଲାଣ ଘଟଣା ସାମନାକୁ ଆସିଛି । ତେବେ ରବିବାର ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡ଼ି ବସିଛି ନବରଙ୍ଗପୁର ବନ ବିଭାଗ ।

ସୂଚନାଅନୁଯାୟୀ, ନନ୍ଦାହାଣ୍ଡି ବ୍ଲକ ମାଳିଗୁଡ଼ା ଗାଁ ନିକଟରେ ୧୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ବିକ୍ରି ପାଇଁ ମୁଲଚାଲ ଚାଲିଥିବା ଖବର ପାଇ ବନବିଭାଗର ସ୍ୱତନ୍ତ୍ର ଟିମ ଚଢ଼ଉ କରିଥିଲା। ଏଥିରେ ସଂପୃକ୍ତ ଅରୁଣ ମୁଦୁଲି ନାମକ ଜଣେ ଅଭିଯୁକ୍ତକୁ ବନ ବିଭାଗ ଗିରଫ କରିଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି ।

ଆହୁରି ପଢ଼ନ୍ତୁ: କଳା ପଲସର ଆତଙ୍କ : ଦମ୍ପତ୍ତିଙ୍କ ଠାରୁ ଝାମ୍ପିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଭର୍ତ୍ତି ବ୍ୟାଗ୍

ଏହାପୂର୍ବରୁ ଗତ ୧୪ ତାରିଖ ଦିନ କୋଡ଼ିଙ୍ଗା ରେଞ୍ଜ ଅଂଚଳରେ ମଧ୍ୟ ଏଭଳି ଏକ ବଜ୍ରକାପ୍ତା ଡିଲ ହେଉଥିବା ବେଳେ ଧରିଥିଲା ବନବିଭାଗ । ଏହି ବଜ୍ରକାପ୍ତାଟି ପ୍ରାୟ ୧୦ କେଜି ଓଜନର ହୋଇଥିବାବେଳ ଏହାକୁ ୧୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା ଚାଲିଥିଲା କହିଛନ୍ତି ବନଖଣ୍ଡ ଅଧିକାରୀ ।

ତେବେ ବାରମ୍ବାର ନବରଙ୍ଗପୁର ଜିଲ୍ଲାରେ ଏଭଳି ବଜ୍ରକାପ୍ତା ବ୍ୟାପାର ଦିନକୁ ଦିନ ଵୃଦ୍ଧି ପାଇବାରେ ଲାଗିଛି ଯାହାକୁ ରୋକିବାକୁ ଚେଷ୍ଟା ଜାରି ରହିଥିବା କହିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ।

The post ଉଦ୍ଧାର ହେଲା ବଜ୍ରକାପ୍ତା, ବିକ୍ରି ପାଇଁ ମୁଲଚାଲ କରୁଥିବାବେଳେ ଜଣକୁ ଗିରଫ କଲା ବନବିଭାଗ appeared first on Prameya News7.



Leave a Comment