ଏଇଠି ସବୁକିଛିର ଦ ଏଣ୍ଡ….ବିଗ୍‌ ବସ୍ ହାଉସ୍‌ରେ କାନ୍ଦି କାନ୍ଦି ଅଙ୍କିତା କହିଲେ ତମକୁ ବାହା ହେଇ ଭୁଲ ହୋଇଗଲା techguruodia


ମୁମ୍ୱାଇ ୧୯/୦୧: ବିଗ୍ ବସ୍ ୧୭ । ଯେତିକି ଚର୍ଚ୍ଚିତ ସେତିକି ବିବାଦୀୟ । ଖାସ୍ କରି ଏଥର କପଲ୍‌ଙ୍କ ହାଇଡ୍ରାମା ଲାଇମଲାଇଟ୍‌ରେ । ଆଉ ଚର୍ଚ୍ଚିତ ଯୋଡି ତାଲିକାରେ ପ୍ରଥମରେ ଅଛନ୍ତି ଭିକ୍କ ଜୈନ୍ ଓ ଅଙ୍କିତା ଲୋଖଣ୍ଡେ । ଶୋ ଆରମ୍ଭ ଦିନଠାରୁ ଅଙ୍କିତା-ଭିକ୍କିଙ୍କ ରିଲେସନକୁ ନେଇ ଚର୍ଚ୍ଚା । ବିଷେଶକରି ଉଭୟଙ୍କ ଝଗଡା ଲାଗିରହୁଛି ।

ଶୋ ଏବେ ଫିନାଲେ ଠାରୁ ଆଉ କିଛି ପାଦ ଦୂରରେ । ଶୋ ସରିବାକୁ ବସିଲାଣି କିନ୍ତୁ ଭିକ୍କି ଓ ଅଙ୍କିତାଙ୍କ ଝଗଡା ସରୁନି । ଲାଟେଷ୍ଟ ଏପିସୋଡରେ ପୁଣିଥରେ କପଲଙ୍କ ଝଗଡା ହିଟ୍ ଲିଷ୍ଟରେ ରହିଛି । ପ୍ରକୃତରେ ଘଟଣା ଥିଲା ଏମିତି କିଛି । ଇଶା ମାଲବୀୟ ଏବଂ ଅଙ୍କିତା ଗରାଡେନରେ ବସି ମନାରାଙ୍କ ବିଷୟରେ କଥା ହେଉଥିଲେ ।

ଏହାରି ଭିତରେ ଭିକ୍କି କହିଥିଲେ ଏହି ବିଷୟରେ ମୁଁ ହଜାର ଥର କଥା ହୋଇସାରିଲିଣି । ସେ ଏବେ ଏଥିରୁ ବାହାରି ସାରିଲିଣି । ଇଶା-ଅଙ୍କିତା ଭିକ୍କିଙ୍କୁ ବୁଝାଇ କହିଥିଲେ କି, ମନାରା ଯେମିତି ଦେଖାଯାଉଛନ୍ତି ସେମିତି ନୁହାଁନ୍ତି । ହେଲେ ତୁମେ ତାଙ୍କୁ ସପୋର୍ଟ କରୁଛ । ଅଙ୍କିତା ପୁଣିଥରେ ମନାରାଙ୍କ ବିଷୟରେ ଇଶାଙ୍କ ସହ କଥାବାର୍ତ୍ତା କରିଥିଲେ ।

ହେଲେ ଏହା ଶୁଣି ଭିକ୍କି ହସିଥିଲେ, କିନ୍ତୁ ଅଙ୍କିତାଙ୍କୁ ଭିକ୍କିଙ୍କ ଏହି ତାଚ୍ଛଲ୍ୟ ପସନ୍ଦ ଆସିନଥିଲା । ସେ ଭିତରକୁ ଯାଇ ଖଉବ୍ ଜୋରରେ କାନ୍ଦିଥିଲେ । ଏହା ଦେଖି ଇଶା ଅଙ୍କିତାଙ୍କୁ ବୁଝାଇଥିଲେ । ଭିକ୍କି ଆସି ଅଙ୍କିତାଙ୍କୁ କାହିଁକି ଓବର ରିଆକ୍ଟକରିବାର କାରଣ ପଚାରିଥିଲେ । ଜବାବରେ ଅଙ୍କିତା କହିଥିଲେ ତୁମେ ମୋ ଉପରେ ହସିବାର କାରଣ କଣ ମୁଁ ଜାଣିପାରେ ।

ମୁଁ ବୋଧହୁଏ ଖରାପ ମଣିଷ ଯାହାଙ୍କୁ ତୁମେ ବିବାହ କରିଛ । ପ୍ରତିଟି କଥାରେ ତୁମେ ମୋତେ ଅଟକାଉଛ, ବିରୋଧ କରୁଛ । ଏଇଟା କରନି, ସେଇଟା କରନି । ମୁଁ କହିନପାରିଲେ କଣ ହେଲା କି ମୋତେ ବହୁତ ଭିକ୍କି ତୁମର ଏହି ଆଟିଚ୍ୟୁଡ୍ । ମୋତେ କ୍ଷମା କର, ମୁଁ ବି ଆଉ ତମ ସହ ରହିବାକୁ ଚାହୁଁନି କି କଥା ହେବାକୁ ଚାହୁଁନି । ଏବେ ଏହି କ୍ଷଣି ସବୁ ଶେଷ କରୁଛି ।

ଅଙ୍କିତା ଆହୁରି କହିଥିଲେ ମୁଁ ତମ ସହ କମ୍ଫଟେବଲ ନୁହେଁ । ତମେ ମୋ ଚିନ୍ତାଧାରାଠୁ ବହୁତ ଦୂରକୁ ଚାଲିଗଲାଣି । ଏ ବିଷୟ ଆଜିକାର ନୁହେଁ ବାରମ୍ୱାର ହେଲାଣି ଆମ ଭିତରେ । ବହୁତ ହୋଇଗଲା ବାସ୍ । ମୋତେ ଏସବୁର ମୁକ୍ତି ଦରକରା । ଯଦିଏ ସେମାନେ ଅଲଗା ହେବା କଥା ନିଜ ମୁଙଂରେ ସ୍ୱିକାର କରିନାହାଁନ୍ତି । କ୍ନିତୁ ଏହି ସବୁ କଥା ଅନେକ କିଛି ଇଙ୍ଗିତ କରୁଛି ।

you can also read..

The post ଏଇଠି ସବୁକିଛିର ଦ ଏଣ୍ଡ….ବିଗ୍‌ ବସ୍ ହାଉସ୍‌ରେ କାନ୍ଦି କାନ୍ଦି ଅଙ୍କିତା କହିଲେ ତମକୁ ବାହା ହେଇ ଭୁଲ ହୋଇଗଲା appeared first on Prameya News7.



Leave a Comment