ଏକସଙ୍ଗରେ ନିର୍ବାଚନ ହେଲେ ପ୍ରତି ୧୫ ବର୍ଷରେ ଦରକାର ପଡ଼ିବ ୧୦ ହଜାର କୋଟି ଟଙ୍କାର ଇଭିଏମ, ସରକାରଙ୍କୁ ଜଣାଇଲା ECI techguruodia


ନୂଆଦିଲ୍ଲୀ: ଦେଶରେ ଯଦି ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକସଙ୍ଗରେ କରାଯାଏ, ତେବେ ନୂଆ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) କିଣିବା ପାଇଁ ନିର୍ବାଚନ ଆୟୋଗଙ୍କୁ ପ୍ରତି ୧୫ ବର୍ଷରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଆବଶ୍ୟକ ପଡ଼ିବ । ଭାରତୀୟ ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କୁ ଲେଖିଥିବା ଏକ ଚିଠିରେ ଏହା କହିଛି ।

ଚିଠିରେ ନିର୍ବାଚନ ଆୟୋଗ କହିଛନ୍ତି ଯେ ଇଭିଏମ୍ ୧୫ ବର୍ଷ ଯାଏ ଚାଲିଥାଏ । ଏକସଙ୍ଗରେ ସାରା ଦେଶରେ ନିର୍ବାଚନ କରାଗଲେ ଇଭିଏମର ଗୋଟିଏ ସେଟ୍‌କୁ ତିନି ପର୍ଯ୍ୟାୟ ନିର୍ବାଚନ ପାଇଁ କରାଯାଇପାରିବ । ଚଳିତ ବର୍ଷ ସାଧାରଣ ନିର୍ବାଚନ କରାଇବା ପାଇଁ ସାରା ଦେଶରେ ପ୍ରାୟ ୧୧.୮୦ ଲକ୍ଷ ମତଦାନ କେନ୍ଦ୍ରର ଆବଶ୍ୟକତା ପଡ଼ିବ ।

ପଢନ୍ତୁ: ଗୋଟିଏ ଦେଶ ଗୋଟିଏ ନିର୍ବାଚନ କମିଟି ପାଇଁ ବିଜ୍ଞପ୍ତି ଜାରି, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରହିବେ ଅଧ୍ୟକ୍ଷ

ଏକସଙ୍ଗରେ ନିର୍ବାଚନ କଲେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଇଭିଏମର ଦୁଇଟି ସେଟ୍ (ଲୋକସଭା ଏବଂ ବିଧାନସଭା) ପାଇଁ ଦରକାର ପଡ଼ିବ । ନିର୍ବାଚନ ଆୟୋଗ ନିଜର ପୂର୍ବରୁ ଅନୁଭବ ଆଧାରରେ ସରକାରଙ୍କୁ ଏହି ଚିଠି ଲେଖିଛି । ଏଥିରେ କୁହାଯାଇଛି ଯେ ତ୍ରୁଟି ଥିବା ୟୁନିଟକୁ ବଦଳାଇବା ପାଇଁ କଣ୍ଟ୍ରୋଲ ୟୁନିଟ୍, ବାଲେଟ୍ ୟୁନିଟ୍ ଏବଂ ଭୋଟର ଭେରିଫିଏବଲ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ମେସିନ ଦରକାର ପଡ଼ିଥାଏ । କମିଶନ ଗତ ବର୍ଷ ଫେବ୍ରୁଆରୀରେ ଆଇନ ମନ୍ତ୍ରାଳୟକୁ ଲେଖିଥିଲା । ଏଥରେ ସେ କହିଥିଲା ଯେ ବିଭିନ୍ନ ଦିଗକୁ ଧ୍ୟାନରେ ରଖି ଏକସଙ୍ଗରେ ନିର୍ବାଚନ କରାଇଲେ ଅତି କମରେ ୪୬,୭୫,୧୦୦ ବାଲେଟ୍ ୟୁନିଟ୍, ୩୩,୬୩,୩୦୦ କଣ୍ଟ୍ରୋଲ ୟୁନିଟ୍ ଏବଂ ୩୬,୬୨,୬୦୦ ଭିଭିପିଏଟି ମେସିନ ଦରକାର ପଡ଼ିବ ।

ନିର୍ବାଚନ ଆୟୋଗ ଏହା ମଧ୍ୟ କହିଛି ଯେ ଲୋକସଭା ଏବଂ ବିଧାନସଭାର ଏକସଙ୍ଗରେ ପ୍ରଥମ ନିର୍ବାଚନ ୨୦୨୯ରେ ହୋଇପାରିବ ଏବଂ ଏଥିପାଇଁ ସମ୍ୱିଧାନର ପାଞ୍ଚ ଅନୁଚ୍ଛେଦରେ ସଂଶୋଧନ କରିବାକୁ ପଡ଼ିବ । ଯେଉଁ ଧାରାରେ ସଂଶୋଧନର ଆବଶ୍ୟକତା ରହିଛି ସେଥିରେ ୮୩, ୮୫, ୧୭୨, ୧୭୪ ଏବଂ ୩୫୬ ସାମିଲ ଅଛି ।

The post ଏକସଙ୍ଗରେ ନିର୍ବାଚନ ହେଲେ ପ୍ରତି ୧୫ ବର୍ଷରେ ଦରକାର ପଡ଼ିବ ୧୦ ହଜାର କୋଟି ଟଙ୍କାର ଇଭିଏମ, ସରକାରଙ୍କୁ ଜଣାଇଲା ECI appeared first on Prameya News7.



Leave a Comment