ଏଣିକି ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ, ଆସନ୍ତା ୨୯ରୁ ‘ନାଇଟ୍ ନକଚରାଲ୍ ଟ୍ରେଲ୍’ techguruodia


ବାରଙ୍ଗ ୧୯।୧: ଏଣିକି ରାତିରେ ବୁଲି ହେବ ଚନ୍ଦକା ଅଭୟାରଣ୍ୟ । ଭରତପୁର ସଫାରୀରେ ଆରମ୍ଭ  ହେବ ‘ନାଇଟ୍ ନକଚରାଲ୍ ଟ୍ରେଲ୍’ । ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ । ରାତି ସାଢ଼େ ୯ଟା ଯାଏଁ ଖୋଲା ରହିବ ସଫାରୀ, ଚାଲିବ ଟ୍ରେଲ୍ । ଯେଉଁମାନେ ଦିନରେ ସମୟ ପାଉନାହାନ୍ତି ସେମାନେ ସନ୍ଧ୍ୟା ସମୟରେ ଅଭୟାରଣ୍ୟ ବୁଲିବାର ସୁଯୋଗ ପାଇପାରିବେ । ଏଥିଯୋଗୁଁ ଛାତ୍ରଛାତ୍ରୀ ଓ ରିସର୍ଚ୍ଚ ସ୍କଲାର ଅଧିକ ଉପକୃତ ହେବେ । ଏଠାରେ ଲୋକମାନେ ହରିଣ, ବାରହା, ସମ୍ବର, ହାତୀ ସମେତ ଅନ୍ୟ ରାତ୍ରିଚର ପ୍ରାଣୀଙ୍କୁ ଦେଖିପାରିବେ ଓ ସେମାନଙ୍କ ସମ୍ପର୍କରେ ଜାଣିପାରିବେ । ରାତି ସାଢ଼େ ୯ଟାରୁ ସକାଳ ସାଢ଼େ ୯ଟା ଯାଏଁ ବନ୍ଦ ରହିବ ସଫାରୀ ।

You Can Read :

The post ଏଣିକି ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ, ଆସନ୍ତା ୨୯ରୁ ‘ନାଇଟ୍ ନକଚରାଲ୍ ଟ୍ରେଲ୍’ appeared first on Prameya News7.



Leave a Comment