ଏହି ରାଶିର ବ୍ୟକ୍ତିଙ୍କ ପ୍ରେମ ସମ୍ପର୍କ ନିବିଡ଼ ହେବ -Prameyanews7 techguruodia


ମେଷ- ଦିନଟିରେ ଭ୍ରମଣର ଯୋଗ ରହିଛି । ବାହ୍ୟ ସ୍ଥାନରୁ ସମ୍ମାନ ପ୍ରାପ୍ତି ହେବ । ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହେବା ସହ ସମୟ ମଧ୍ୟ ନଷ୍ଟ ହେବ । ପାରିବାରିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ଭଲ ଲାଭ ମିଳିପାରେ ।

ବୃଷ– ସମ୍ମାନରେ ହାନି ହୋଇପାରେ । ଘରେ କିମ୍ବା ବାହାରେ ଅପଦସ୍ତ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ଯାନବାହାନରେ ଯାତ୍ରା କରୁଥିଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ। କିଛି ନୂତନ ସମ୍ପତ୍ତି ଅର୍ଜନ ହେତୁ ପରିବେଶ ସୁଖଦ ହେବ ।

ମିଥୁନ– ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ବ୍ୟବସାୟ ମଧ୍ୟମ ହେବ । ମନ ସାମାନ୍ୟ ଅଶାନ୍ତ ରହିବ । ନିରାଶା ଏବଂ ଅସନ୍ତୋଷ ମନରେ ରହିବ । ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ । କର୍ମ କ୍ଷେତ୍ରରେ ସାମାନ୍ୟ କଳହ ରହିପାରେ ।

କର୍କଟ– ସମ୍ମାନ ପ୍ରାପ୍ତି କରିବେ । କୌଣସି ସ୍ଥାନରୁ ମଧ୍ୟ ପୁରସ୍କୃତ ହେବେ । ଆଳସ୍ୟର ବଶବର୍ତ୍ତୀ ହେବେ । ନୂତନ ନିଯୁକ୍ତ ପାଇଥିବା ବ୍ୟକ୍ତିମାନେ ପ୍ରଗତି ପାଇଁ ସୁଯୋଗ ପାଇବେ । ପ୍ରେମ ସମ୍ପର୍କ ମଧ୍ୟ ଦୃଢ଼ ହେବ ।

ସିଂହ– ମନରେ ବିଷାଦ ସୃଷ୍ଟି ହେବ । ଖର୍ଚ୍ଚାନ୍ତ ହେବେ । ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ମନରେ ଆଶା ଏବଂ ନିରାଶାର ଭାବନା ରହିପାରେ । ଶିକ୍ଷାଗତ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ।

କନ୍ୟା– ମନା ଉତ୍ସାହିତ ରହିବ ପ୍ରଫୁଲ୍ଲ ରହିବ । ଆୟ ଉତ୍ତମ ରହିଲେ ମଧ୍ୟ ଖର୍ଚ୍ଚ ମଧ୍ୟ ସମ୍ମାନ ପରିମାଣରେ ହେବ ବିଦ୍ୟାର୍ଥୀମାନେ ପରିଶ୍ରମର ଫଳ ପ୍ରାପ୍ତି କରିବେ । ଚାଷ ଭଲ ହେବ । ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ହେବେ ।

ତୁଳା– ବିଦେଶ ଯାତ୍ରାରେ ଶୁଭ ଫଳାଫଳ ମିଳିବ । କର୍ମ ଫଳ ନିଶ୍ଚୟ ପ୍ରାପ୍ତି ହେବ । ସେବା ପୂଜାରେ ମନୋନିବେଶ କରିବେ । କିଛି ନୂଆ କାର୍ଯ୍ୟର ଆରମ୍ଭ କରିପାରନ୍ତି । ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ସ୍ଵାସ୍ଥ୍ୟଗତ ସମସ୍ୟା କିଛି ଦେଖା ଦେଇପାରେ ।

ବିଛା– ମାନସମ୍ମାନରେ ବୃଦ୍ଧି ଘଟିବ । ଗୃହରେ ଶୁଭ କାର୍ଯ୍ୟ ପ୍ରାପ୍ତି ହେବ । ଧନଧାନ୍ୟରେ ବୃଦ୍ଧି ଘଟିପାରେ । ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇପାରେ ।

ଧନୁ– ସୁଖ ହାନି ହୋଇପାରେ । ଆୟ ଠାରୁ ବ୍ୟୟ ଅଧିକ ରହିବ । ଖର୍ଚ୍ଚାନ୍ତ ହେବେ। ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ବନ୍ଧୁଙ୍କ ସହଯୋଗ ପାଇ ଖୁସି ଅନୁଭବ କରିବେ । ଆପଣ କାର୍ଯ୍ୟ କ୍ଷେତ୍ରରେ ଚଳଚଞ୍ଚଳ ରହିବେ ।

ମକର– ସର୍ବ କାର୍ଯ୍ୟ ସିଦ୍ଧି ଘଟିବ ହେଲେ ମଧ୍ୟ ଶତ୍ରୁଙ୍କ ଭୟ ରହିବ ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ ।

କୁମ୍ଭ– ସବୁ କ୍ଷେତ୍ରରେ ଶୁଭ ହେବ । ଅଟକୁଥିବା କାର୍ଯ୍ୟର ସମାପ୍ତି ଘଟିବ। ଦୁର୍ଜନଙ୍କ ଠାରୁ ଦୂରେଇ ରହିଲେ ଭଲ । ଅଦରକାରୀ କାର୍ଯ୍ୟକଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ । ତୁମର ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅ ।

ମୀନ– ଅର୍ଥ ବିଷୟକୁ ନେଇ ଚିନ୍ତାରେ ରହିବେ । ପରିବାରରେ କଳହ ଯୋଗ ରହିଛି କୌଣସି ମାନସିକ ଚିନ୍ତାରେ ପଡ଼ିପାରନ୍ତି । କାହାକୁ ଉଧାର ଦିଅନ୍ତୁ ନାହିଁ । ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବ । କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ସୁଯୋଗ ମିଳିବ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର
ଯୋଗାଯୋଗ – 8249826682




Leave a Comment