କଂସଙ୍କ ରାଜତ୍ଵରେ ଥରହର ମଥୁରା ବାସୀ, ଅଭିଯୁକ୍ତକୁ କଲେ ଦଣ୍ଡିତ- prameyanews7 techguruodia


ବରଗଡ: ଗଣତନ୍ତ୍ରରେ ରାଜତନ୍ତ୍ରର ଛାପ ଛାଡି ଯାଇଥିବା ବରଗଡ଼ ଧନୁଯାତ୍ରାରେ ରହିଛି ଅନେକ ପରମ୍ପରା। ଭିନ୍ନ ଭିନ୍ନ ୧୪ ଗୋଟି ସ୍ଥାନରେ ମୁକ୍ତ ଆକାଶ ରଙ୍ଗ ମଞ୍ଚରେ ମୁହଁରେ ରଙ୍ଗ ବୋଳି ଅଭିନୟ କରୁଥିବା କଳାକାର ଖାଲି ନୁହଁ ଦର୍ଶକ ମାନେ ବି ନିଜକୁ ମଥୁରା ଓ ଗୋପର ନିଜକୁ କଳାକାର ଭାବେ ସଜେଇ ଦେଇଥାନ୍ତି । ହାତୀ ,ଘୋଡା ଓ ଓଟ ଦ୍ୱାପର ଯୁଗର ଭାବନା ଦେଇଥାନ୍ତି ।

Also read- ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ, ଜଳଜମିକୁ ଘରବାଡି କରିବାକୁ ନେଉଥିଲେ ଲାଞ୍ଚ

ଏଇଠି ରାଜା ପ୍ରଜାର ଅଭିନୟ କୃଷ୍ଣ ,ରାଧା , ଗୋପୀ ଗୋପାଙ୍ଗନା ଓ ଗୋପାଳଙ୍କ ଗହଣରେ ନିଜେ ନିଜକୁ ମାଜେଇ ଅଭିନୟ କରିବା ଅନୁଭୂତି ବେଶ ନିଆରା । ଗୋଟିଏ ପଟେ କୃଷ୍ଣ ପ୍ରେମରେ ମଜି ଯିବା ଏକ ଆଧ୍ୟାତ୍ମିକ ପରିବେଶ ଅନ୍ୟ ପଟେ କଂସ ର ସାସନରେ ଥର ହର ମଥୁରା ନଗରୀ । ଯାତ୍ରାର ଆକର୍ଷଣ ର କେନ୍ଦ୍ର ମହାରାଜ କଂସ । ପ୍ରଜା ବତ୍ସଳ ହେଲେ ବି ଅତି ନିଷ୍ଠୁର ମହାରାଜ କଂସ । ତାଙ୍କରୀ ସାଶନରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ,ନେତା ହୁଅନ୍ତୁ କି ପ୍ରଶାସନିକ ଅଧିକାରୀ ହୁଅନ୍ତୁ ସମସ୍ତେ ସମାନ ତାଙ୍କ ରାଜତ୍ବରେ  ଗଣତନ୍ତ୍ର ହେଲେବି ମହାନାଟକ ରେ ପରମ୍ପରା କୁ ସ୍ନମାନ ଦେଇ ସମସ୍ତେ ଆଦେଶ ଓ ନିର୍ଦେଶକୁ ମାନି ନିଅନ୍ତି ।

ଆଜି ମଥୁରା ଭ୍ରମଣ ସମୟରେ ମହାରାଜ କଂସ ଟାଉନ ଥାନା କୁ ପହଞ୍ଚିଥିଲେ ,ଟାଉନ ଥାନା ଅଧିକାରୀ ଓ ଏସ୍ଡିପିଓ ଙ୍କୁ ସାକ୍ଷାତ କରିବା ସହ କିଛି ଅଭିଯୁକ୍ତଙ୍କ ବିଷୟରେ ଜାଣିବାକୁ ପାଇଥିଲେ । ସେମାନଙ୍କୁ ଦଣ୍ଡ ବିଧାନ କରିଥିଲେ ।ନିଜେ ଆୟୋଜନ କରିଛନ୍ତି ଧନୁଯାତ୍ରା, ଆଉ ଏହି ଯାତ୍ରାରେ କିଭଳି ଶାନ୍ତି ଶୃଂଖଳା ବଜାୟ ରହିବ ଥାନା ବାବୁ ଙ୍କୁ ନିର୍ଦେଶ ଦେଇଥିଲେ । ଓ ଅଭିଯୁକ୍ତ ମାନଙ୍କୁ ଦଣ୍ଡ ପ୍ରଦାନ କରି ଭବିଷ୍ୟତ ରେ ଏପରି ଭୁଲ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ।




Leave a Comment