କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ମେରିଟ ଲିଷ୍ଟ ପୂର୍ବରୁ କଟ ଅଫ ଲିଷ୍ଟ ପ୍ରକାଶ techguruodia


ଭୁବନେଶ୍ଵର: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣି ଲୋୟର ପିଏମଜିରେ ଶହ ଶହ ଆଶାୟୀଙ୍କ ବିକ୍ଷୋଭ କରିଛନ୍ତି। ମେରିଟ ଲିଷ୍ଟ ପ୍ରକାଶ କରିବା ପୂର୍ବରୁ କଟ ଅଫ ଲିଷ୍ଟ ପ୍ରକାଶ କରାଯାଇନଥିବା ଅଭିଯୋଗ କରିଛନ୍ତି । ସେହିପରି  ଅଧିକ ନମ୍ବର ରଖିଥିବା ଅନେକ ପ୍ରାର୍ଥୀ ମେରିଟ ଲିଷ୍ଟରେ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ସେପଟେ ପ୍ରକଳ୍ପ ନିର୍ଦେଶକ କହିଛନ୍ତି କୈଣସି ଅନିୟମିତତା ହୋଇନାହିଁ । ଖୁବ ଶୀଘ୍ର ମେରିଟ ଲିଷ୍ଟ ପ୍ରକାଶ ପାଇବ । ଅନ୍ୟପଟେ ଏହାକୁ ନେଇ ରାତନୈତିକ ବୟାନବାଜି ବି ଆରମ୍ଭ ହୋଇଛି ।

Also read- ଦାମୀ ଗାଡିରେ ଅପରାଧୀ ଲେଖୁଛନ୍ତି ପ୍ରେସ୍, ନିଜକୁ ସାମ୍ବାଦିକ କହି ଚଳାଉଛନ୍ତି ଆତଙ୍କରାଜ

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ l ଓଡ଼ିଶା କନିଷ୍ଠ ଶିକ୍ଷକ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଲୋୟର ପିଏମଜିରେ ଶହଶହ ଆଶାୟୀଙ୍କ ବିକ୍ଷୋଭ । ଅଭିଯୋଗ କରିଛନ୍ତି କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଛି । ମାହାଲା ମାଣ୍ଡା ନାଁରେ ପରିକ୍ଷାର୍ଥୀଙ୍କ ଆଡମିଟ କାର୍ଡ ଆସିଛି । ବାପାଙ୍କ ନାଁ ମଧ୍ୟ ମାହାଲା ମାଣ୍ଡା ପ୍ରୋ ରହିଛି । କେବଳ ସେତିକି ନୁହଁ ଆଡମିଟ କାର୍ଡରେ ପରିକ୍ଷାର୍ଥୀଙ୍କ ବଦଳରେ ଓଡ଼ିଶା ମ୍ୟାପ ଚିତ୍ର ଦେଖିବାକୁ ମିଳିଛି । ଏପରିକି ମେରିଟ ଲିଷ୍ଟ ପ୍ରକାଶ ପୂର୍ବରୁ କଟ ଅଫ୍ ଲିଷ୍ଟ ପ୍ରକାଶ କରାଯାଇନଥିବା ଅଭିଯୋଗ କରିଛନ୍ତି ଆଶାୟୀ । ସେହିପରି ଚୂଡାନ୍ତ ଉତ୍ତର ଖାତା ମିଳିନଥିବା ବେଳେ ଅଧିକ ନମ୍ବର ରଖିଥିବା ଅନେକ ପ୍ରାର୍ଥୀ ମେରିଟ ଲିଷ୍ଟରେ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି । ସେହିପରି ସରକାର ୨୦ ହଜାର ଶିକ୍ଷକ ନିୟୁକ୍ତି ପାଇଁ ଘୋଷଣା କରିଥିଲେ ହେଲେ ୧୮ ହଜାର ୭ ଶହ ଆଶାୟୀଙ୍କ ନାଁ ପ୍ରକାଶ ପାଇଛି । ଖାଲି ରହିଥିବା ପଦବୀ ପାଇଁ ତୁରନ୍ତ ନିଯୁକ୍ତି ଘୋଷଣା କରିବାକୁ ଆଶାୟୀ ଦାବୀ କରିଛନ୍ତି ।

ପରୀକ୍ଷା ଫଳ କୁ ନେଇ ତୀବ୍ର ଅସନ୍ତୋଷ ପରେ ପ୍ରତିକ୍ରିୟା ରଖିଛନ୍ତି ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା l ସେ କହିଛନ୍ତି  ଯୋଗ୍ୟ ବ୍ୟକ୍ତିଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରାଯାଇଥାଏ । ଆବେଦନକାରୀ ଦାଖଲ କରିଥିବା ସୂଚନା ଆଧାରରେ ଆପେ ଆପେ ଆଡମିଟ୍ କାର୍ଡ ତିଆରି ହୋଇଥାଏ । ଫଟୋ ଯାଞ୍ଚ ପରେ ଏବଂ ବାୟୋମେଟ୍ରିକ୍ ଉପସ୍ଥାନ ନେବା ପରେ ଜାରି ହୋଇଥିବା ଆଡମିଟ୍ କାର୍ଡ ଆଧାରରେ ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ତେଣୁ ଦିଆଯାଇଥିବା ଆଡମିଟ୍ କାର୍ଡ କୌଣସି ପ୍ରାମାଣିକ ଦସ୍ତାବିଜ ନୁହେଁ କି ପରୀକ୍ଷା ହଲକୁ ପ୍ରବେଶ ପାଇଁ ପ୍ରତିଶ୍ରୁତି ମଧ୍ୟ ନୁହେଁ । ଓସେପା ବାସ୍ତବରେ ପରୀକ୍ଷା ଦେଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କ ବାୟୋମେଟ୍ରିକ ଉପସ୍ଥାନ ଯାଞ୍ଚ କରିଥାଏ ।

ବିଭିନ୍ନ ବର୍ଗରେ ୨୦ ହଜାର ପଦବୀ ପାଇଁ ବିଜ୍ଞାପନ ଦିଆଯାଇଥିବା ବେଳେ ଡ୍ରାଫ୍ଟ ମେରିଟ୍ ଲିଷ୍ଟରେ ୧୮ ହଜାର ୭୮୮ଟି ପରିକ୍ଷାର୍ଥୀ ରହିଛନ୍ତି । ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ଉପଲବ୍ଧତାକୁ ଦୃଷ୍ଟିରେ ରଖି ଡ୍ରାଫ୍ଟ ମେରିଟ୍ ଲିଷ୍ଟ ପ୍ରକାଶ କରାଯାଇ ଥାଏ । । ଓସେପା କେବଳ ଡ୍ରାଫ୍ଟ ମେରିଟ୍ ଲିଷ୍ଟ ପ୍ରକାଶ କରିଛି । ଆଗାମୀ ଦନରେ କଟ ଅଫ ଲିଷ୍ଟ ପ୍ରକାଶ ପାଇବ । ସମସ୍ତ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍ ଯାଞ୍ଚ କରାଯିବ ଏବଂ ଅଯୋଗ୍ୟ ପ୍ରାର୍ଥୀଙ୍କୁ ତାଲିକାରୁ ହଟାଇ ଦିଆଯିବ । ସରକାରୀ ସଂକଳ୍ପ ଆଧାରରେ ଏକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ (automated) ପ୍ରକ୍ରିୟାରେ ଜୁନିୟର ଟିଚର୍ସ (ସ୍କିମେଟିକ୍) ନିଯୁକ୍ତି କରାଯାଇଛି ବୋଲି ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ।

ସେପଟେ ଏହାକୁ ନେଇ ରାଜନୈତିକ ବୟାନବାଜି ବି ଆରମ୍ଭ ହୋଇଛି । ବିଜେପି ଅଭିଯୋଗ କରିଛି ରାଜ୍ୟରେ ଜୁନିୟର ଶିକ୍ଷକ ନିଯୁକ୍ତିରେ ୧ହଜାର କୋଟିର ଦୁର୍ନୀତି ହୋଇଛି । ୨୦ ହଜାର ଜୁନିୟର ଶିକ୍ଷକ ନିଯୁକ୍ତିରୁ ପ୍ରାୟ ଅଧାରୁ ଅଧିକ ଚାକିରୀ ରାଜ୍ୟ ସରକାର ବିକ୍ରି କରିଛନ୍ତି । ଗୋଟିଏ ଗୋଟିଏ ଚାକିରୀ ପିଛା ୧୦ ଲକ୍ଷ କମିଶନି କାରବାର ହୋଇଛି। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ଦାବୀ କରିଛି । କଂଗ୍ରେସ ମଧ୍ୟ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛି । ସେପଟେ ବିଜେଡି କହିଛି ଏଥିରେ କୈଣସି ଦୁର୍ନୀତି ହୋଇନାହିଁ । ରାଜ୍ୟରେ ଯେତେ ଭ୍ୟକେନ୍ସି ଥିଲା ତା ପାଇଁ ଇଣ୍ଟରଭ୍ୟୁ ହୋଇଛି । ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାୟ ଆଉ କୌଣସି ଭ୍ୟକେନ୍ସି ରହିବ ନାହିଁ।

୨୦ ହଜାର ପଦବୀ ପାଇଁ ଆବେଦନ କରିଥିଲେ ୯୩ ହଜାର ପରୀକ୍ଷାର୍ଥୀ । ପରୀକ୍ଷା ପରେ ମାତ୍ର ୧୮ ହଜାର ଯୋଗ୍ୟ ବିବେଚିତ  ହୋଇଛନ୍ତି  । ଏବେ ଏହାକୁ ନେଇ ଆଶାୟୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

The post କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ମେରିଟ ଲିଷ୍ଟ ପୂର୍ବରୁ କଟ ଅଫ ଲିଷ୍ଟ ପ୍ରକାଶ appeared first on Prameya News7.



Leave a Comment