କାର୍ ଧକ୍କାରେ ଦୁଇ ସ୍କୁଲ ଛାତ୍ରୀ ଗୁରୁତର : ଘଟଣାସ୍ଥଳରେ ଉତ୍ତେଜନା ସହ ରାସ୍ତାରୋକ techguruodia


ସୁନ୍ଦରଗଡ଼ ୨୩।୧: କାର୍ ଧକ୍କାରେ ଦୁଇ ସ୍କୁଲ ଛାତ୍ରୀ ଗୁରୁତର । ଦୁଇ ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ବନ୍ଧପାଲି ନିକଟରେ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ବନ୍ଧପାଲି ନିକଟରେ କାର୍ ଧକ୍କାରେ ୨ ସ୍କୁଲ ଛାତ୍ରୀ ଗୁରୁତର ହୋଇଛନ୍ତି ।  ଗୁରୁତର ଛାତ୍ରୀଙ୍କୁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟର ଭର୍ତ୍ତି କରାଯାଇଛି । ବନ୍ଧପାଲି ସ୍କୁଲର ଷଷ୍ଠ ଶ୍ରେଣୀର ଦୁଇ ଛାତ୍ରୀ ଗୋଟିଏ ସାଇକେଲରେ ଘରକୁ ଫେରୁଥିବା ବେଳେ ଏକ କାର୍ ଧକ୍କା ଦେଇ ଫେରାର ହୋଇଯାଇଥିଲା । ପରେ ସ୍ଥାନୀୟ ଲୋକେ ୨ ଗୁରୁତର ଛାତ୍ରୀଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଦୁଇ ଛାତ୍ରୀ ହେଲେ ସୁନିତି ସେଠ୍ ଓ ପାର୍ବତୀ ସୋରେଙ୍ଗ । ସ୍କୁଲରେ ମଙ୍ଗଳବାର ନେତାଜୀ ଜୟନ୍ତୀ ସରିବା ପରେ ଦୁଇ ଛାତ୍ରୀ ଗୋଟିଏ ସାଇକେଲରେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସହ ରାସ୍ତାରୋକ କରାଯାଇଛି I

You Can Read :

The post କାର୍ ଧକ୍କାରେ ଦୁଇ ସ୍କୁଲ ଛାତ୍ରୀ ଗୁରୁତର : ଘଟଣାସ୍ଥଳରେ ଉତ୍ତେଜନା ସହ ରାସ୍ତାରୋକ appeared first on Prameya News7.



Leave a Comment