କାଶୀ ଡୋମ ରାଜାଙ୍କ ସହ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ୍ ହେବେ ଆଦିବାସୀ ବର୍ଗର ୧୫ ଯଜମାନ techguruodia


ନୂଆଦିଲ୍ଲୀ: ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମଲାଲା ପ୍ରାଣ ପ୍ରତିଷ୍ଠା ସମାରୋହରେ କାଶୀ ଡୋମ ରାଜାଙ୍କ ସମେତ ଆଦିବାସୀ ଓ ବନବାସୀ ଆଦି ବିଭିନ୍ନ ବର୍ଗର ପନ୍ଦର ଜଣ ଯଜମାନ କାର୍ଯ୍ୟକ୍ରମରେ ସାମିଲ୍ ହେବେ। ଏହି ସମସ୍ତ ଯଜମାନ ସପତ୍ନୀକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସମାଜର ନିମ୍ନ ବର୍ଗର ଲୋକମାନଙ୍କର ଯେପରି ଶ୍ରୀ ରାମଙ୍କର ସମାରୋହରେ ଭାଗିଦାରି ରହିବ ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସୂଚନା ଅନୁସାରେ, ଉଦୟପୁରରୁ ବନାବସୀ କଲ୍ୟାଣ ଆଶ୍ରମ ଅଧ୍ୟକ୍ଷ ରାମଚନ୍ଦ୍ର ଖରାଡ଼ି, ଆସାମର ରାମ କୁଇ ଜେମି, ଜୟପୁରରୁ ଗୁରୁଚରଣ ସିଂ ଗିଲ୍, ହର୍ଦ୍ଦୋଇରୁ କୃଷ୍ଣ ମୋହନ, ତାମିଲନାଡୁରୁ ରମେଶ ଜୈନ ମୁଲତାନି ଅଝଲାରାସନ୍, ମୁମ୍ବାଇରୁ ବିଟ୍ଟଲରାଓ କାମ୍ବଲେ, ଘୁମନ୍ତ ମସାଜ ଟ୍ରଷ୍ଟି ଲାତୁର ମହାରାଷ୍ଟ୍ରରୁ ମହାଦେବ ଗାଇକୱାଡ, କଲବୁର୍ଗୀ କର୍ଣ୍ଣାଟକରୁ ଶ୍ରୀ ଲିଙ୍ଗ ରାଜ ଭାସାବ ରାଜ ଅପା, ଲକ୍ଷ୍ନୌରୁ ଦିଲୀପ ଭାଲମିକି, ଡୋମ୍ ରାଜା କାଶୀ ଅନିଲ ଚୌଧୁରୀ, କାଶୀରୁ କୈଳଶ ଯାଦବ, କବିନ୍ଦ୍ର ପ୍ରତାପ ସିଂ ଏବଂ ପାଲୱାଲ ହରିୟାଣାର ଅରୁଣ ଚୌଧୁରୀ ରୀତିନୀତି ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯଜମାନ ହେବେ।

ପଢ଼ନ୍ତୁ-ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ: ଜାନୁଆରୀ ୨୨ରେ ଦିଲ୍ଲୀ AIIMSରେ ମଧ୍ୟ ହାଫ୍‌ ଡେ ଛୁଟି

ପ୍ରଧାନମନ୍ତ୍ରୀ ମୋଦୀ ହେବେ ମୁଖ୍ୟ ଯଜମାନ

ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ ଡ. ଅନୀଲ ମିଶ୍ର ମୁଖ୍ୟ ଯଜମାନ ରୂପରେ ୬ ଦିନ ପ୍ରାଣ ପ୍ରତିଷ୍ଠା ସମାରୋହରେ ରହି ସମସ୍ତ କାର୍ଯ୍ୟ କରିବେ। ପ୍ରାଣ ପ୍ରତିଷ୍ଠା ଦିନ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟ ଯଜମାନ ହେବେ। ଅନ୍ୟ ଲୋକମାନଙ୍କ ସହି ରାମ ମନ୍ଦିର ଗର୍ଭଗୃହରେ ଭିତରେ ବିଧି ପାଳନ କରିବେ।

The post କାଶୀ ଡୋମ ରାଜାଙ୍କ ସହ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ୍ ହେବେ ଆଦିବାସୀ ବର୍ଗର ୧୫ ଯଜମାନ appeared first on Prameya News7.



Leave a Comment