କୁର୍ମା ଦ୍ୱାଦଶୀରେ କାହିଁକି ଅଣାଯାଏ କଇଁଛ ? କ’ଣ ରହିଛି ଏହା ପଛର ରହସ୍ୟ… techguruodia

[ad_1]

ନୂଆଦିଲ୍ଲୀ ୨୨।୦୧: କୁର୍ମା ଦ୍ବାଦଶୀ । ପୁଷ ମାସ ଶୁକ୍ଳପକ୍ଷ ଦ୍ବାଦଶୀରେ ପଡିଥାଏ କୁର୍ମା ଦ୍ବାଦଶୀ । ଚଳିତବର୍ଷ ୨୨ ଜାନୁଆରୀ ସୋମବାର ଅର୍ଥାତ୍ ଆଜି ପଡିଛି । କୁହାଯାଏ ଏହି ଦିନ ଘରକୁ କଇଁଛ ଆଣିବା ବହୁତ ଶୁଭ ହୋଇଥାଏ । ଏହି ଦିନ କଇଁଛର ପୂଜା କରାଯାଏ । ତେବେ ଏହାର କାରଣ କଣ ? 

ବାସ୍ତବରେ କୁର୍ମା ଦ୍ବାଦଶୀ ଭଗବାନ ବିଷ୍ଣୁଙ୍କୁ ସମର୍ପିତ । ଆଉ ବିଷ୍ଣୁଙ୍କର ଦ୍ୱିତୀୟ ଅବତାର ହେଉଛି କଚ୍ଛପ ଅବତାର । ତେଣୁ ଏହି ଦିନ କଇଁଛକୁ ପୂଜା କରାଯାଇଥାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ଉପବାସ ଓ ପୂଜା କରିବା ଦ୍ବାରା ସବୁ ପାପରୁ ମୁକ୍ତି ମିଳିଥାଏ ଏବଂ ମୋକ୍ଷ ପ୍ରାପ୍ତି ହୋଇଥାଏ । ତେବେ କୁର୍ମା ଦ୍ୱାଦଶୀରେ କଇଁଛ ଆଣିବାର ବିଶେଷ ମହତ୍ତ୍ୱ ରହିଛି ।

ବିଶ୍ୱାସ କରାଯାଏ ଯେ କଇଁଛକୁ ଆଣିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଘରେ ପଡିଥାଏ । ଏହି ଦିନ ଘରକୁ କଇଁଛ ଆଣିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଏହା ମଧ୍ୟ କୁହାଯାଏ ଯେ କଇଁଛ ଘରକୁ ଆଣିବା ଦ୍ବାରା ବ୍ୟବସାୟରେ ସମୃଦ୍ଧି ଆସିଥାଏ । କଇଁଛକୁ ଧନ ଏବଂ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ ।

ବିଶ୍ୱାସ ରହିଛି ଯେ କଇଁଛ ନିଜ ଭିତରେ ଧନକୁ ସୁରକ୍ଷିତ ରଖିଥାଏ । ଏହାବ୍ୟତୀତ ଘରକୁ କଇଁଛ ଆଣିବା ଫଳରେ ଜୀବନରେ ସଫଳତାର ସମ୍ଭାବନା ବଢିଥାଏ ଏବଂ ଧନ ବୃଦ୍ଧି ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।

You Can Read:

The post କୁର୍ମା ଦ୍ୱାଦଶୀରେ କାହିଁକି ଅଣାଯାଏ କଇଁଛ ? କ’ଣ ରହିଛି ଏହା ପଛର ରହସ୍ୟ… appeared first on Prameya News7.


[ad_2]

Leave a Comment