କେନ୍ଦ୍ରାପଡ଼ାର “ବଢିଅ ହତ୍ୟା” ଘଟଣାର ଅଭିଯୁକ୍ତକୁ କାରାଦଣ୍ଡାଦେଶ- prameyanews7 techguruodia


କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ବହୁ ଚର୍ଚ୍ଚିତ “ବଢିଅ ହତ୍ୟା” ଘଟଣାର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ l ହତ୍ୟା ମାମଲାର ବିଚାର କରି କେନ୍ଦ୍ରାପଡା ଜିଲ୍ଲା ଦୌରା ଜଜ ଅଭିଯୁକ୍ତ ଭାଗିରଥି ବାରିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି l

୨୦୧୪ ମସିହା ୧୮ ତାରିଖ ରାତିରେ “ନିଆଳ” ପଞ୍ଚାୟତ “ବଢିଅ” ଗ୍ରାମର ଅର୍ଜୁନ କୁମାର ରାଉତ ଏବଂ ତାଙ୍କ ବନ୍ଧୁ ପ୍ରତାପ କୁମାର ରାଉତଙ୍କୁ ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଇଥିଲା l ଆକ୍ରମଣକାରୀ ଭାଗିରଥି ବାରିକ, ସହଯୋଗୀ ଲିଲିରାଣୀ ବାରିକ, ବିଦ୍ୟୁତଲତା ବାରିକ, ରତିକାନ୍ତ ମହାପାତ୍ର ବିଭିନ୍ନ ମାରଣାସ୍ତ୍ରରେ ଉଭୟ ଅର୍ଜୁନ ଏବଂ ପ୍ରତାପଙ୍କୁ ଆକ୍ରମଣ କରିଥିଲେ | ଏଥିରେ ଅର୍ଜୁନ ରାଉତଙ୍କ ମୃତ୍ୟୁ ଘଟିଥିଲା l

ଅଧିକ ପଢନ୍ତୁ- ଧର୍ମେନ୍ଦ୍ରଙ୍କ ଚିଠି ପରେ ତେଜିଲା ଉଷୁନା ଚାଉଳ ରାଜନୀତି, ବିଜେପି-ବିଜେଡିକୁ କଂଗ୍ରେସର ଆକ୍ଷେପ

ଏହି ଘଟଣାରେ ପୋଲିସ କେସ ନଂ -104/2014 ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ଏହି ମାମଲାର ବିଚାର କରି ମାନ୍ୟବର ଜିଲ୍ଲା ଦୌରା ଜଜ ବିଶ୍ୱଜିତ ମହାନ୍ତି ହତ୍ୟାକାରୀ ଭାଗିରଥି ବାରିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି l ଉପଯୁକ୍ତ ପ୍ରମାଣ ଅଭାବରୁ ଅନ୍ୟ ଅଭିଯୁକ୍ତ ମାନଙ୍କୁ ନିର୍ଦୋଷ ରେ ଖଲାସ କରି ଦିଆ ଯାଇଛି l




Leave a Comment