କୋଲକାତା ହାଫ୍ ମାରାଥନରେ ଦୁର୍ଘଟଣା, ପୋଲିସ ଅଧିକାରୀ ଆହତ techguruodia


କୋଲକାତା ୨୧।୧: ରେଡରୋଡରେ ରବିବାର ସକାଳେ ‘କୋଲକାତା ପୋଲିସ ସେଫ୍ ଡ୍ରାଇଭ ସେଭ୍ ଲାଇଫ’ ହାଫ୍ ମାରାଥନରେ ଏକ ଅସ୍ଥାୟୀ ନିର୍ମାଣ  ଭାଙ୍ଗିପଡିଛି। ଫଳରେ ଏହି ନିର୍ମାଣ ତଳେ ଛିଡା ହୋଇଥିବା କୋଲକାତା ପୋଲିସର ଜଣେ ବରିଷ୍ଠ ଅଧିକାରୀ ଆହତ ହୋଇଛନ୍ତି। ଅଧିକାରୀଙ୍କ ମୁଣ୍ଡ ଓ ପିଠିରେ ଆଘାତ ଲାଗିଛି। ମାରାଥନ ସମାପ୍ତି ସ୍ଥଳରେ ଏହି ଦୁର୍ଘଟଣା ଘଟିଛି। ଫଳରେ ଅତିରିକ୍ତ ପୋଲିସ କମିଶନର ମୂରଲୀଧର ଶର୍ମା ଆହତ ହୋଇଛନ୍ତି।

ଆହତ ଅଧିକାରୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା କରାଯାଇଛି।  ଜନୈକ ଅଧିକାରୀଙ୍କ ଅନୁସାରେ ସକାଳେ ହେଉଥିବା ପବନରେ ଏହି ଅସ୍ଥାୟୀ ନିର୍ମାଣ ଖସିପଡିଥିବା ଆକଳନ କରାଯାଉଛି। ତେବେ ରାଜ୍ୟରେ ସୁରକ୍ଷିତ ବାହନ ଚାଳନାକୁ  ଉତ୍ସାହିତ କରିବାପାଇଁ ଏହି ହାଫ୍ ମାରାଥନର ଆୟୋଜନ କରାଯାଇଥିଲା। ରେଡ ରୋଡରେ ପୂର୍ବାହ୍ନ ପ୍ରାୟ ସାଢେ ୫ଟା ବେଳେ ଆରମ୍ଭ ହୋଇଥିବା ରାଲିରେ ପୂର୍ବତନ ଟିମ୍‌ ଇଣ୍ଡିଆ କ୍ୟାପ୍ଟେନ ସୌରଭ ଗାଙ୍ଗୁଲୀ, ଅନ୍ୟ ଖେଳାଳି, ଫିଲ୍ମ ତାରକା ଓ ଅନ୍ୟ ପ୍ରସିଦ୍ଧ ବ୍ୟକ୍ତିମାନେ ମଧ୍ୟ ଯୋଗ ଦେଇଥିଲେ।

ତୃଣମୂଳ କଂଗ୍ରେସ (ଟିଏମସି) ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ହାଫ ମାରାଥନ ୩ଟି ଶ୍ରେଣୀରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଓପନ ଦୌଡ ୨୧ କିଲୋମିଟରର ହୋଇଥିବା ବେଳେ ୧୦ କିଲୋମିଟର ଓ ଫନ ୫ କିଲୋମିଟରର ଦୌଡ ଅନୁଷ୍ଠିତ ହୋଇଥିଲା। ତେବେ ଅସ୍ଥାୟୀ ନିର୍ମାଣ ଭାଙ୍ଗିପଡିବା କାରଣରୁ ଆହତ ପୋଲିସ ଅଧିକାରୀଙ୍କୁ ଚିକିତ୍ସକୀୟ ଦେଖରେଖରେ ରଖାଯାଇଥିବା ଜଣାପଡିଛି।

ଜାନୁଆରୀ ୨୨ରେ ଖୋଲା ରହିବ ଓପିଡି; ଅବକାଶ ନିଷ୍ପତ୍ତିରୁ ଓହରିଲା ଦିଲ୍ଲୀ ଏମ୍‌ସ

The post କୋଲକାତା ହାଫ୍ ମାରାଥନରେ ଦୁର୍ଘଟଣା, ପୋଲିସ ଅଧିକାରୀ ଆହତ appeared first on Prameya News7.



Leave a Comment