ଜମୁଛି ବରଗଡ ଧନୁଯାତ୍ରା, ଗୋପପୁରରେ କୃଷ୍ଣଙ୍କ ହାତରେ ରାକ୍ଷସ-ରାକ୍ଷସୀ ବଦ୍ଧ techguruodia


ବରଗଡ ୧୯/୦୧: ଖୋଲା ରଙ୍ଗମଞ୍ଚ ବରଗଡ ଧନୁଯାତ୍ରାର ଚତୁର୍ଥ ଦିନ । ଚତୁର୍ଥ ଦିନରେ ମହାରାଜ କଂସଙ୍କ ଦ୍ୱାରା ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀ କୃଷ୍ଣ ବଳରାମଙ୍କ ହାତରେ ନିଧନ ହୋଇଥିବା ବେଳେ ଗୋପୁରରେ ଦେଖାଦେଇଛି ଉତ୍ସବର ମାହୋଲ । ଘରେ ଘରେ କୃଷ୍ଣ ବଳରାମଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ କୃଷ୍ଣ ବଳରାମଙ୍କୁ ପାଖରେ ପାଇଁ ଗୋପପୁର ବାସୀ ଉତ୍ସାହୀତ ହୋଇ ପଡିଛନ୍ତି ।

ସୂଚନା ଥାଉକି, ଧନୁଯାତ୍ରାର ଚତୁର୍ଥ ଦିନରେ ଗୋପପୁରର ଦୃଶ୍ୟ ଥିଲା ବେଶ ନିଆରା । ସତେ ଯେପରି ଦ୍ୱାପର ଯୁଗ ଭଳି ଲାଗୁଥିଲା । ଭଗବାନ ଶ୍ରୀକୃଷ୍ଣ ଓ ବଡ଼ଭାଇ ବଳରାମ ଚନ୍ଦ୍ରକଳା ପରି ନନ୍ଦ ଉଆସରେ ବଢ଼ିବାରେ ଲାଗିଥିବା ବେଳେ ଗୋପପୁରରେ ଭଗବାନଙ୍କ ନଗର ପରିକ୍ରମା ପାଇଁ ଆୟୋଜନ କରାଯାଇଥିଲା ।

ଏଥିପାଇଁ ସାରା ଗୋପପୁର ଉତ୍ସବ ମୁଖରିତ ହୋଇଥିବା ବେଳେ ଘରେ ଘରେ ଝୋଟି କଟା ଯାଇଛି, କୃଷ୍ଣ ବଳରାମଙ୍କ ପାଦଧୋଇ ଧୂପ ଦୀପ ନାଇବେଦ୍ୟ ଦେଇ ପୂଜାଅର୍ଚ୍ଚନା କରାଯାଇଛି । ଶ୍ରୀକୃଷ୍ଣ ଙ୍କ ଲିଳାରେ ଗୋପପୁର ଉତ୍ସବ ମୁଖର ଥିବାବେଳେ କୃଷ୍ଣ ଙ୍କ ସହ ତାଙ୍କ ଶଖା ମଧୁମଙ୍ଗଳ ଓ ଗୋପାଳ ବାଳକ ମାନେ ଗୀତ ଗାଇ ନାଚି ନାଚି ଗାଁ ପରିଭ୍ରମଣ କରିଛନ୍ତି ।

ସେହିପରି ପ୍ରଭୁ ଶ୍ରୀକୃଷ୍ଣ ଏତେବେଳେ ଗୋପାଳ ବାଳକଙ୍କ ସହ ଖେଳକୁଦରେ ମଜି ଯାଉଥିଲେ ତ ଆଉ କେତେବେଳେ ଲୁଚିଲୁଚି ମାଟି ଖାଇବାରେ ବ୍ୟସ୍ତ । ତେବେ ମାଟି ଖାଇବା ବେଳେ ମା ଯଶୋଦାଙ୍କ ହାତରେ ଧରାପଡିଛନ୍ତି ପ୍ରଭୁ ଶ୍ରୀ କୃଷ୍ଣ ,ତେବେ ମା ତାଙ୍କୁ ପାଟି ଆଁ କରିବା ପାଇଁ କହିବା ପରେ କୃଷ୍ଣଙ୍କ ପାଟିରେ ପୁରା ବ୍ରହ୍ମାଣ୍ଡ ଦେଖି ମୂର୍ଛିତ ହୋଇପଡିଛନ୍ତି ଯଶୋଦା ।

ଏପଟେ କଂସଙ୍କ ପ୍ରେରିତ ପୁତନା, ବକା, ସକଟା, ତୃଣା ଓ ଧେନୁକା କପଟରେ କୃଷ୍ଣ ବଳରାମକୁ ମାରିବାକୁ ଆସିଛନ୍ତି ଗୋପପୁର , ପ୍ରଭୁଙ୍କୁ ମାରିବାକୁ ସବୁ ପ୍ରକାର ଉଦ୍ୟମ କରିଛନ୍ତି ହେଲେ ଗୋଟିଗୋଟି କରି ନିହତ ହୋଇଛନ୍ତି କୃଷ୍ଣ ବଳରାମଙ୍କ ହାତରେ । ଆଜି ଧନୁଯାତ୍ରାର ପଞ୍ଚମ ଦିନରେ କୃଷ୍ଣ ବଳରାମଙ୍କ ବାଲ୍ୟଲିଳା,ଜମଲାର୍ଜୁନ ଭଞ୍ଜନ,କାଳିୟ ଦଳନ ଏବଂଗୋପିଙ୍କ ଦଧିବିକା ଦୃଶ୍ୟ ଅଭିନିତ ହେବ..

The post ଜମୁଛି ବରଗଡ ଧନୁଯାତ୍ରା, ଗୋପପୁରରେ କୃଷ୍ଣଙ୍କ ହାତରେ ରାକ୍ଷସ-ରାକ୍ଷସୀ ବଦ୍ଧ appeared first on Prameya News7.



Leave a Comment