ଜଳିଗଲା ପାନ ଦୋକାନ, ଅନେକ ସାମଗ୍ରୀ ପୋଡି ପାଉଁଶ techguruodia


ଭୁବନେଶ୍ୱର ୨୧।୦୧ : ହୁତୁ ହୁତୁ ହୋଇ ଜଳିଗଲା ପାନ ଦୋକାନ । ଭୁବନେଶ୍ୱର କଳ୍ପନା ଛକ ନିକଟରେ ଥିବା ପାନ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି ।  

ଖବର ଅନୁଯାୟୀ, ସକାଳ ପ୍ରାୟ ୯ଟା ସମୟରେ ହଠାତ୍ ଦୋକାନ ଭିତରୁ ଧୁଆଁ ବାହାରୁଥିବାର ଦେଖିଥିଲେ ପଡୋଶୀ ହୋଟେଲ କର୍ମଚାରୀ । ଏହାପରେ ତୁରନ୍ତ ଦୋକାନ ମାଲିକଙ୍କୁ ଖବର ଦେବା ସହ ଦମକଳ ବାହିନୀକୁ ଡକାଇଥିଲେ । ଆଉ ନିଆଁକୁ ଆୟତ୍ତରେ ଲାଗି ପଡିଥିଲେ ଅଗ୍ନିଶମ ବାହିନୀ । ଶେଷରେ ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଆୟତ୍ତ ହୋଇଥିଲେ ନିଆଁ । ତେବେ ନିଆଁ ଲିଭାଇବା ପୂର୍ବରୁ ଦୋକାନ ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି ।

ଦୋକାନ ମାଲିକ ଦୀପକ କୁମାର ସାହୁ ଜଳି ଯାଇଥିବା ଦୋକାନରେ ପହଞ୍ଚି ଅଧା ପୋଡ଼ା ସାମଗ୍ରୀ ଖୋଜି ବାହାର କରିଛନ୍ତି । ହେଲେ ଦୋକାନର ସମସ୍ତ ସାମଗ୍ରୀ ଜଳି ପୋଡ଼ି ଯାଇଥିବାରୁ ନିରାଶ ହୋଇପଡିଛନ୍ତି ।




Leave a Comment