ଜାଗୃତ କୋଟେଜା ପେପ୍‌ସିକୋ ଇଣ୍ଡିଆର ନୂଆ ସିଇଓ, ଭାରତୀୟ ଗ୍ରାହକଙ୍କୁ ଉନ୍ନତମାନର ପାନୀୟ ଯୋଗାଇବା ଲକ୍ଷ୍ୟ techguruodia


ନୂଆଦିଲ୍ଲୀ: ବିଶ୍ୱର ଅଗ୍ରଣୀ ଖାଦ୍ୟ ଏବଂ ପାନୀୟ ଉତ୍ପାଦନକାରୀ ପେପସିକୋ ଇଣ୍ଡିଆ ସିଇଓ ହେଲେ ଜାଗୃତ କୋଟେଜା। ଆଫ୍ରିକା, ମଧ୍ୟ ପୂର୍ବ ଏବଂ ଦକ୍ଷିଣ ଆଫ୍ରିକା(AMESA)ର ବର୍ତ୍ତମାନର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଜାଗୃତ କୋଟେଜାଙ୍କୁ ଭାରତର ସିଇଓ ଭାବରେ ନିଯୁକ୍ତ ହୋଇଛନ୍ତି। କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅହମ୍ମଦ ଅଲ ଶେଖଙ୍କୁ ମଧ୍ୟ ପୂର୍ବ ଶାଖାର ଦାୟିତ୍ୱ ଦିଆଯିବା ପରେ ଏହି ପଦକ୍ଷେପ ନିଆଯାଇଛି। ଅହମ୍ମଦଙ୍କ ଭାରତୀୟ ଟିମ୍‌ ସହିତ ତାଙ୍କର ୭ ବର୍ଷର କାର୍ଯ୍ୟକାଳ ଥିଲା।

କମ୍ପାନୀ କହିଛି ଯେ AMESAରେ ନେତୃତ୍ୱ ପରିବର୍ତ୍ତନର ଏକ ଅଂଶ ଭାବରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଗୁରୁବାର ଭାରତୀୟ କର୍ମଚାରୀଙ୍କୁ ଏହା ଜଣାଯାଇଛି।

ପେପସିକୋ ମୁଖପାତ୍ର କହିଛନ୍ତି, ‘ପେପସିକୋ ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ଆମର ବିଶ୍ୱ ରଣନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ବିଗତ ବର୍ଷମାନଙ୍କରେ ଅହମ୍ମଦ ଆମର ବ୍ୟବସାୟରେ ପରିବର୍ତ୍ତନ ଆଣିବା, ନୂତନତ୍ୱ ପ୍ରୟୋଗ କରିବା ଏବଂ ଚ୍ୟାଲେଞ୍ଜିଂ ମାଧ୍ୟମରେ ଟିମ୍‌କୁ ପରିଚାଳନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଆଫ୍ରିକା, ମଧ୍ୟ ପୂର୍ବ ଏବଂ ଦକ୍ଷିଣ ଏସିଆର ସିଇଓ ଇଉଜିନ୍ ୱିଲିମେନ ଏକ ବିବୃତ୍ତିରେ କହିଛନ୍ତି ଯେ ମୁଁ ଜାଗ୍ରତଙ୍କୁ ଭାରତର କାର୍ଯ୍ୟନିର୍ବାହୀ ଟିମ୍‌କୁ ସ୍ୱାଗତ କରୁଛି ଏବଂ ମୋର ବିଶ୍ୱାସ ଅଛି ଯେ ଜାଗ୍ରତଙ୍କ ନେତୃତ୍ୱରେ ଆମର ଭାରତୀୟ ଗ୍ରାହକଙ୍କ ମଧ୍ୟରେ ଆମେ ସଫଳତାର ନୂତନ ଉଚ୍ଚତା ହାସଲ କରିବୁ।

୧୯୯୪ରେ କମ୍ପାନୀରେ ଯୋଗ ଦେଇଥିବା କୋଟେଚାଙ୍କର ବିକ୍ରୟ ଏବଂ ବ୍ରାଣ୍ଡ ମ୍ୟାନେଜର ଭାବରେ କାର୍ଯ୍ୟ କରିବାର ବ୍ୟାପକ ଅଭିଜ୍ଞତା ରହିଛି ଏବଂ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଛନ୍ତି। ସେ ୨୦୧୮ରେ ପେପସିକୋ ଇଣ୍ଡିଆର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। କମ୍ପାନୀର ଉତ୍ପାଦର ନୂତନତ୍ୱ ଏବଂ ପରିବର୍ତ୍ତନ ପ୍ରକ୍ରିୟା ତଦାରଖ କରିଥିଲେ। କମ୍ପାନୀର ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏହାର ଉତ୍ପାଦକୁ ଭାରତୀୟ ଗ୍ରାହକଙ୍କ ପାଇଁ ଉନ୍ନତ ଏବଂ ଅଧିକ ଉପଯୁକ୍ତ କରିବା। ସେ ୨୦୧୭ରେ ଅନ୍ୟ ଏକ ସ୍ନାକ୍ସ, ଡୋରିଟୋସର ଶୁଭାରମ୍ଭ ମଧ୍ୟ କରିଥିଲେ।

ଆମେରିକାର କମ୍ପାନୀ ପେପସିକୋ ମଧ୍ୟ ହାଇଦ୍ରାବାଦରେ ଏହାର ବ୍ୟବସାୟ ସେବା କେନ୍ଦ୍ରକୁ ବିସ୍ତାର କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ୨୫୦ ରୁ ୪ ହଜାର କର୍ମଚାରୀଙ୍କ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।

The post ଜାଗୃତ କୋଟେଜା ପେପ୍‌ସିକୋ ଇଣ୍ଡିଆର ନୂଆ ସିଇଓ, ଭାରତୀୟ ଗ୍ରାହକଙ୍କୁ ଉନ୍ନତମାନର ପାନୀୟ ଯୋଗାଇବା ଲକ୍ଷ୍ୟ appeared first on Prameya News7.



Leave a Comment