ଜାନୁଆରୀ ୨୨ରେ ଖୋଲା ରହିବ ଓପିଡି; ଅବକାଶ ନିଷ୍ପତ୍ତିରୁ ଓହରିଲା ଦିଲ୍ଲୀ ଏମ୍‌ସ techguruodia


ନୂଆଦିଲ୍ଲୀ: ଜାନୁଆରୀ ୨୨ ତାରିଖରେ ଖୋଲା ରହିବ ଦିଲ୍ଲୀ ଏମ୍‌ସ ଓପିଡି । ପୂର୍ବ ନିଷ୍ପତ୍ତିକୁ ଫେରାଇ ନେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ସ୍ପଷ୍ଟ କରିଛି । ପୂର୍ବରୁ ଆସନ୍ତା କାଲି ଅର୍ଥାତ୍ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ହସ୍ପିଟାଲ ଓପିଡି ବନ୍ଦ ରହିବ ବୋଲି  ଆଦେଶ ଦିଆଯାଇଥିଲା । ତେବେ ଏହାକୁ ଫେରାଇ ନେଇଛନ୍ତି କର୍ତ୍ତୃପକ୍ଷ । ଅନ୍ୟ ହସ୍ପିଟାଲ ମାନେ ମଧ୍ୟ ନିଜ ନିଷ୍ପତ୍ତିରୁ ଓହରି ଯାଇଛନ୍ତି ।

ଆଯୋଧ୍ୟାରେ ପ୍ରାଣ-ପ୍ରତିଷ୍ଠା ସମାରୋହ ପାଇଁ କେନ୍ଦ୍ର ସରକାର ବିଭିନ୍ନ ସରକାରୀ ସଂସ୍ଥାନକୁ ବନ୍ଦ ରଖିବା ପାଇଁ ଆଦେଶ ଜାରି କରିଛନ୍ତି । ଦିଲ୍ଲୀ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥା ବା ଏମ୍‌ସ ସହିତ ସଫଦରଗଞ୍ଜ ଏବଂ ରାମ ମନୋହର ଲାହିଆ ସମେତ ୪ଟି ହସ୍ପିଟାଲ ଦ୍ବିପ୍ରହର ୨.୩୦ଟା ପର୍ଯ୍ୟନ୍ତ ଜରୁରିକାଳୀନ ସେବାକୁ ଛାଡ଼ି ଅନ୍ୟ ସବୁ ବନ୍ଦ ରହିବ ବୋଲି  ନିଷ୍ପତ୍ତି ନେଇଥିଲେ । ମାତ୍ର ଏହି ଆଦେଶକୁ ଏବେ ଫେରାଇ ନେଇଛନ୍ତି ଦିଲ୍ଲୀ ଏମ୍‌ସ କର୍ତ୍ତୃପକ୍ଷ । ଏମ୍‌ସରେ ପୂରା ଦିନ ଓପିଡି ଖୋଲା ରହିବ ।ଏହାସହିତ ସମସ୍ତ କାମ ଚାଲିବା ନେଇ ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।

ଏମ୍‌ସ ପ୍ରଶାସନ ରବିବାର ଏକ ବିଜ୍ଞପ୍ତି ଜାରି କହିଛନ୍ତି,  ରୋଗୀଙ୍କର ଯେପରି କୌଣସି ପ୍ରକାର ଅସୁବିଧା ନହୁଏ, ସେଥିପାଇଁ ହସ୍ପିଟାଲରେ ଓପଡି ସେବା ସହିତ ଅନ୍ୟ ସମସ୍ତ ବିଭାଗ ଖୋଲିବ । ସମସ୍ତ ବିଭାଗର ଅଧିକାରୀଙ୍କୁ ଏନେଇ ଧ୍ୟାନ ଦେବାକୁ କୁହାଯାଇଛି ।  

ଏହା ପୂର୍ବରୁ ଶନିବାର ସଂସ୍ଥା ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଥିଲା, ସେଥିରେ କୁହାଯାଇଥିଲା, ଜାନୁଆରୀ ୨୨ ତାରିଖରେ ଦ୍ବିପ୍ରହର ଅଢେଇଟା ପର୍ଯ୍ୟନ୍ତ ଓପିଡି ବନ୍ଦ ରହିବ । କେବଳ ଏମର୍‌ଜେନ୍ସି ସେବା ପୂର୍ବ ପରି ଖୋଲା ରହିବ । ତେବେ ଏହି ନିଷ୍ପତ୍ତି ମେଡିକାଲ କର୍ତ୍ତୃପକ୍ଷ ଓହରି ଯାଇଛନ୍ତି ।

The post ଜାନୁଆରୀ ୨୨ରେ ଖୋଲା ରହିବ ଓପିଡି; ଅବକାଶ ନିଷ୍ପତ୍ତିରୁ ଓହରିଲା ଦିଲ୍ଲୀ ଏମ୍‌ସ appeared first on Prameya News7.



Leave a Comment