ଝିଅ ସ୍ୱରରେ କଥା ହୋଇ ଠକୁଥିଲେ ଯୁବକ, ଏବେ ବାନ୍ଧିଲା ପୋଲିସ techguruodia


ଭୁବନେଶ୍ୱର ୧୯।୦୧ : ପୋଲିସ୍‌ କବ୍‌ଜାର ଠକ । ମାଟ୍ରିମୋନି ସାଇଟ୍‌ରେ ଝିଅଙ୍କ ଫଟୋ ଦେଇ କରୁଥିଲେ ବଡ଼ ଧରଣର ଠକେଇ। ଟାର୍ଗେଟ୍‌ରେ ଥିଲେ ସମ୍ଭ୍ରାନ୍ତ ଘରର ପୁଅ। ଝିଅ ସ୍ଵରରେ କଥା ହୋଇ ଲୁଟୁଥିଲେ ଲକ୍ଷାଧିକ ଟଙ୍କା। ଏହି ସୁପର ଠକଙ୍କୁ ଧରିବାରେ ସଫଳ ହୋଇଛି ସାଇବର ଥାନା ପୋଲିସ।

ଖବର ଅନୁଯାୟୀ, ମାଟ୍ରିମୋନି ସାଇଟ୍‌ରେ ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ସାଇବର ଥାନା ପୋଲିସ ଗିରଫ କରିଛି। ଯୁବକ ଜଣଙ୍କ ମାଟ୍ରିମୋନି ଓ୍ୱେବସାଇଟ୍‌ରେ ଝିଅ ଫଟୋ ଦେଇ ବିବାହ ପ୍ରସ୍ତାବ ଖୋଜୁଥିଲେ। ସମ୍ଭ୍ରାନ୍ତ ଘରର ପୁଅମାନଙ୍କୁ ମିଛ କହି ଫଶାଉଥିଲେ। ପୁଅ ପିଲାମାନଙ୍କୁ ଫୋନ୍ କରି ଝିଅଙ୍କ ସ୍ବରରେ କଥା ହେଉଥିଲେ। ଏହିଭଳି ଭାବେ ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଠକେଇ କରିଥିବା ଯୁବକକୁ ଗିରଫ କରିଛି ପୋଲିସ। ଯୁବକଙ୍କ ନିକଟରୁ ୧ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ଏନେଇ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।




Leave a Comment