ଟ୍ରାଫିକ ପୋଷ୍ଟ ନିକଟରେ ଦୁର୍ଘଟଣା, ଟ୍ରକ ଧକ୍କାରେ ଚାଲିଗଲା ଆଶାକର୍ମୀଙ୍କ ଜୀବନ techguruodia


ଅନୁଗୋଳ ୧୯।୦୧ : ଟ୍ରକ୍ ଧକ୍କାରେ ଆଶାକର୍ମୀଙ୍କ ମୃତ୍ୟୁ । ୫୫ନଂ ଜାତୀୟ ରାଜପଥ ଅନୁଗୋଳ ଥାନା ଛକ ସମ୍ମୁଖ ଟ୍ରାଫିକ୍ ପୋଷ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଆଠମଲ୍ଲିକ ମାଧପୁର ଅଞ୍ଚଳର କୁମାରୀ ସାହୁ ବୋଲି ଜଣାପଡିଛି।

ଖବର ଅନୁଯାୟୀ, କୁମାରୀ ସାହୁ ଅନୁଗୁଳ ମେଡିକାଲରେ ଜଣେ ପ୍ରସୂତୀ ମହିଳାଙ୍କୁ ଆଡମିଶନ କରି ଏକ ସ୍କୁଟିରେ ଅନ୍ୟ ଜଣେ ଲୋକଙ୍କ ସହ ଫେରୁଥିଲେ। ଅନୁଗୋଳ ଥାନା ଛକ ସମ୍ମୁଖ ଟ୍ରାଫିକ୍ ପୋଷ୍ଟ ନିକଟରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଟ୍ରକ୍ ଚକା ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ଘଟିଛି।

ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ନିକଟରେ ପୋଲିସ ଷ୍ଟେସନ ଥିବାରୁ ତୁରନ୍ତ ଘଟଣାସ୍ଥଳରେ ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା କରି ଶବ ଉଦ୍ଧାର କରିଛି। ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ବର୍ତ୍ତମାନ ଗାଡି ଚଳାଚଳ ସ୍ଵାଭାବିକ ରହିଛି।




Leave a Comment