ଡେଟିଂ ଖବର ମଧ୍ୟରେ ଶୁବମନଙ୍କ ଭଉଣୀ ସହ ନଜର ଆସିଲେ ସାରା, ୟୁଜର୍ସ କହିଲେ-ବିବାହ କନଫର୍ମ ? techguruodia


ମୁମ୍ଵାଇ ୨୧।୦୧: ଭାରତୀୟ କ୍ରିକେଟର ଶୁବମନ ଗିଲ । ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର। ଦୁହେଁ ଅନେକ ସମୟ ଧରି ଚର୍ଚ୍ଚାରେ ଅଛନ୍ତି। ଖବର ଅଛି ଯେ ଶୁବମନ ଏବଂ ସାରା ପରସ୍ପରକୁ ଡେଟ କରୁଛନ୍ତି। ଉଭୟଙ୍କର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଏହି ସମୟରେ ସାରା ଶୁବମନଙ୍କ ଭଉଣୀ ଶାହନିଲ ଗିଲଙ୍କ ସହ ନଜର ଆସିଥିଲେ।

Shubman Gill

ସାରା ଏବଂ ଶୁବମନଙ୍କ ଡେଟିଂ ଗୁଜବ ଏବେ ଆହୁରି ଜୋର ଧରିଛି । ବିଳମ୍ବିତ ରାତିରେ ସାରା ଶୁବମନଙ୍କ ଭଉଣୀ ସହିତ ନାଇଟ୍‌ ଆଉଟ୍‌ କରୁଥିବା ଦେଖିବାକୁ ମିଳିଥିଲା । ଦୁହେଁ କ୍ୟାମେରାରେ କଏଦ ହେବା ମାତ୍ରେ ସେମାନେ ମୁହଁ ଲୁଚାଇବାକୁ ଚେଷ୍ଟା କରିଥିଲେ। ଗୋଟିଏ ପଟେ ସାରା ନିଜ ହାତରେ ମୁହଁ ଲୁଚାଇଥିବା ବେଳେ ଶାହନିଲ ଗିଲ ଏକ ମାସ୍କରେ ମୁହଁ ଘୋଡାଇଥିବାର ନଜର ଆସିଥିଲେ।

ସାରା ଏବଂ ଶୁବମନଙ୍କ ଭଉଣୀଙ୍କ ଏହି ସାକ୍ଷାତ ପରେ ପ୍ରଶଂସକମାନେ ଅନେକ କମେଣ୍ଟ କରୁଛନ୍ତି । ଜଣେ ୟୁଜର୍ସ କମେଣ୍ଟ ଦେଇ ଲେଖିଛନ୍ତି, ‘ଶୁବମନ ଏବଂ ସାରା ବିବାହ କରିବାକୁ ଯାଉଛନ୍ତି କି?’ ଅନ୍ୟ ଜଣେ ଲେଖିଛନ୍ତି, ‘ଲାଗୁଛି ସଚିନ ଏହି ସମ୍ପର୍କକୁ ହଁ କହିଛନ୍ତି।’ ଆଉ ଜଣେ ଲେଖିଛନ୍ତି ‘ବର୍ତ୍ତମାନ ସମ୍ପର୍କ କନଫର୍ମ ହୋଇଛି।’ ଲୋକମାନେ ଏହିପରି ମନ୍ତବ୍ୟ ଦେଇ ନିଜର ପ୍ରତିକ୍ରିୟା ଦେଉଛନ୍ତି ।

The post ଡେଟିଂ ଖବର ମଧ୍ୟରେ ଶୁବମନଙ୍କ ଭଉଣୀ ସହ ନଜର ଆସିଲେ ସାରା, ୟୁଜର୍ସ କହିଲେ-ବିବାହ କନଫର୍ମ ? appeared first on Prameya News7.



Leave a Comment