ତାମିଲନାଡ଼ୁର ଏହି ସହରରେ ଶୂନ ଡିଗ୍ରୀ ପାଖରେ ପହଞ୍ଚିଲା ପାରଦ, ଚିନ୍ତା ପ୍ରକଟ କଲେ ପରିବେଶବିତ୍ techguruodia


ନୂଆଦିଲ୍ଲୀ: ଦେଶର ସବୁ ଭାଗରେ ପ୍ରବଳ ଶୀତ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ତେବେ ସମୁଦ୍ର ଥିବା କାରଣରୁ ଦକ୍ଷିଣ ଭାରତର ରାଜ୍ୟଗୁଡିକରେ ଥଣ୍ଡାର ପ୍ରକୋପ ସଧାରଣତଃ କମ ରହିଥାଏ । ତେବେ କିଛି ପାହାଡ଼ିଆ ଅଞ୍ଚଳରେ ଥଣ୍ଡାର ପ୍ରକୋପ ଦେଖିବାକୁ ମିଳିଥାଏ । କିନ୍ତୁ ଚଳିତ ବର୍ଷ ପାଣିପାଗରେ ଅସାଧାରଣ ପରିବର୍ତ୍ତନ ଘଟିଛି । ତାମିଲନାଡୁର ଅନେକ ଭାଗରେ ତାପମାତ୍ରା ଶୂନ ଡିଗ୍ରୀ ଯାଏ ପହଞ୍ଚିଛି । ସରକାରୀ ଡାଟା ଅନୁସାରେ, ଉଧଗମଣ୍ଡଳମର କନ୍ଥଳ ଏବଂ ଥଲାଇକୁଣ୍ଡାରେ ତାପମାତ୍ରା ୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଅନ୍ୟପଟେ ବଟନିକଲ ଗାର୍ଡନରେ ପାରଦ ୨ ଡିଗ୍ରୀ ରେକର୍ଡ କରାଯାଇଛି ।

ତାପମାତ୍ରରେ ଏହି ହ୍ରାସ ଯୋଗୁଁ ସ୍ଥାନୀୟ ଲୋକଙ୍କ ଜୀବନଯାପନ ପ୍ରଭାବିତ ହୋଇଛି । ଜଳବାୟୁରେ ଏହି ପରିବର୍ତ୍ତନକୁ ନେଇ ସାଧାରଣ ଲୋକ ସହ ପରିବେଶବିତ୍ ଏବଂ ବିଶେଷଜ୍ଞ ମଧ୍ୟ ଚିନ୍ତିତ । ଏହାର ପ୍ରଭାବ ଚାଷ ଉପରେ ମଧ୍ୟ ପଡ଼ିଛି ।

ପଢନ୍ତୁ: ପୃଥିବୀର ସବୁଠାରୁ ଥଣ୍ଡା ଗାଁ, ଯେଉଁଠି ତାପମାତ୍ରା -୫୮ ଡିଗ୍ରୀ ସେଲ୍ସିୟସ୍

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଏଭଳି ଥଣ୍ଡା ଏବଂ ଶୁଷ୍କତା ଅସାଧାରଣ ଅଟେ । ସ୍ଥାନୀୟ ଲୋକ ଏବଂ ପରିବେଶ କାର୍ଯ୍ୟକର୍ତ୍ତା ପାହାଡ଼ରେ ହେଉଥିବା ଅପେକ୍ଷାକୃତ ଅଧିକ ଥଣ୍ଡାରେ ଚିନ୍ତିତ ଅଛନ୍ତି ।

ନୀଳଗିରି ଏନଭାୟରମୋଣ୍ଟ ସ୍ପେଶାଲ ଟ୍ରଷ୍ଟ (ଏନଇଏସଟି)ର ଭି.ଶିବଦାସ କହିଛନ୍ତି ଯେ ଏହି ପରିବର୍ତ୍ତନ ଗ୍ଲୋବାଲ ୱାର୍ମିଂ ଏବଂ ଅଲ-ନିନୋ ପ୍ରଭାବ କାରଣରୁ ହୋଇଛି । ସେ କହିଛନ୍ତି ଯେ ବିଳମ୍ୱରେ ଥଣ୍ଡା ଅନୁଭୂତ ହୋଇଛି ଏବଂ ଏହିପରି ଜଳବାୟୁ ପରିବର୍ତ୍ତନ ନୀଳଗିରି ପାଇଁ ବଡ଼ ଆହ୍ୱାନ ଅଟେ । ଏହା ଉପରେ ଏବେ ଅଧ୍ୟୟନ କରିବା ଜରୁରୀ ହୋଇପଡ଼ିଛି । ଏହାଦ୍ୱାରା ଏଠାରେ ହେଉଥିବା ଚା ଚାଷ ଅଧିକ ମାତ୍ରରେ ପ୍ରଭାବିତ ହୋଇଛି ।

The post ତାମିଲନାଡ଼ୁର ଏହି ସହରରେ ଶୂନ ଡିଗ୍ରୀ ପାଖରେ ପହଞ୍ଚିଲା ପାରଦ, ଚିନ୍ତା ପ୍ରକଟ କଲେ ପରିବେଶବିତ୍ appeared first on Prameya News7.



Leave a Comment