ଦୁଇ ବର୍ଷ ପରେ ଧରାପଡ଼ିଲା ହତ୍ୟାକାରୀ ସ୍ୱାମୀ, ତଣ୍ଟି ଚିପି ମାରିଦେଇଥିଲା ପତ୍ନୀକୁ techguruodia


ଭୁବନେଶ୍ବର: ପତ୍ନୀକୁ ତଣ୍ଟି ଚିପି ହତ୍ୟା ପରେ ହୋଇଯାଇଥିଲା ଫେରାର। ଏବେ ଦୁଇ ବର୍ଷ ପରେ ଧରାପଡ଼ିଲା ହତ୍ୟାକାରୀ ସ୍ବାମୀ । ଘଟଣା ହେଉଛି ପୁରୁଣା ଭୁବନେଶ୍ବର ଅଞ୍ଚଳର।

ସୂଚନାଯୋଗ୍ୟ, ପୁରୁଣା ଭୁବନେଶ୍ବର ଅଞ୍ଚଳର ସମରେନ୍ଦ୍ର ବିଶ୍ୱାଳ ପ୍ରାୟ ଦୁଇ ବର୍ଷ ତଳେ ନିଜ ପତ୍ନୀଙ୍କୁ ହତ୍ୟା କରିଥିଲେ। ତାଙ୍କ ପତ୍ନୀଙ୍କ ନାଁ ନମିତା ସାହୁ, ସେ ତାଙ୍କୁ ଦ୍ବିତୀୟ ବିବାହ କରିଥିଲେ। ତେବେ ପାରିବାରିକ କଳହକୁ ନେଇ ନମିତାଙ୍କ ବେକରେ ଓଢ଼ଣୀ ଗୁଡ଼ାଇ ହତ୍ୟା କରିଥିଲା ସମରେନ୍ଦ୍ର। ଆଉ ଘଟଣା ପରେ କଲିକତା ଫେରାର ହୋଇଯାଇଥିଲା ସମରେନ୍ଦ୍ର । ପ୍ରାୟ ୨ ବର୍ଷ ଧରି ଛକାପଞ୍ଝା ପରେ ମରେନ୍ଦ୍ର ବିଶ୍ଵାଳକୁ ବାଲେଶ୍ଵରରୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ ।

ଆହୁରି ପଢ଼ନ୍ତୁ: ବାଲିଗୁଡ଼ାରେ ଚାଞ୍ଚଲ୍ୟ, ବୃଦ୍ଧଙ୍କ ଗଳାକାଟି ନିର୍ମମ ହତ୍ୟା

ପୋଲିସ୍‌ର ସୂଚନା ଅନୁଯାୟୀ, ଡିସେମ୍ବର ୧୦ ତାରିଖରେ ଏହି ହତ୍ୟାକାଣ୍ଡ ହୋଇଥିଲା। ସମରେନ୍ଦ୍ର ବିଶ୍ଵାଳ ଏବଂ ନମିତା ଓଲ୍ଡଟାଉନ ଗୋବିନ୍ଦଶ୍ୱର ଲେନ୍, କୁଞ୍ଜପାଟନା ସାହିରେ ଏକାଠି ରହୁଥିଲେ । ପୂର୍ବରୁ ବଙ୍କିମ ଚନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ ନମିତା ସାହୁ । ତାଙ୍କର ଦୁଇ ଝିଅ ଏବଂ ଜଣେ ପୁଅ ଥିଲେ ।

ତେବେ ସମରେନ୍ଦ୍ରଙ୍କ ସହ ନମିତା ରହିବାକୁ ବିରୋଧରେ କରୁଥିଲେ ନମିତାଙ୍କ ପୁଅ ଏବଂ ଝିଅ ବିରୋଧ କରୁଥିଲେ ।  ପରେ ବହୁ ବିବାଦ ବଢିଥିଲା ଯାହାକୁ ନେଇ ଦୁହିଙ୍କ ମଧ୍ୟରେ ତିକ୍ତତା ବଢ଼ିଯାଇଥିଲା । ଯାହାଦ୍ଵାରା ସମରେନ୍ଦ୍ର ବିଶ୍ଵାଳ ନମିତା ସାହୁଙ୍କ ବେକକୁ ଓଢଣୀରେ ଚିପି ହତ୍ୟା କରିଥିଲା ।

The post ଦୁଇ ବର୍ଷ ପରେ ଧରାପଡ଼ିଲା ହତ୍ୟାକାରୀ ସ୍ୱାମୀ, ତଣ୍ଟି ଚିପି ମାରିଦେଇଥିଲା ପତ୍ନୀକୁ appeared first on Prameya News7.



Leave a Comment