ଦେଶର ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ପଢିବାକୁ ଚାହାନ୍ତି, ନୂଆ ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ-୨୦୨୪ରେ ଦାବି


ନୂଆଦିଲ୍ଲୀ: ଦେଶରେ ପୁଅଙ୍କ ଅପେକ୍ଷା ଝିଅମାନେ ଦ୍ୱାଦଶ ଶ୍ରେଣୀ ପରେ ନିଜର ପାଠ ପଢା ଜାରି ରଖିବାକୁ ଅଧିକ ଇଚ୍ଛୁକ । ଝିଅମାନେ ବିଶ୍ୱାସ କରନ୍ତି ଯେ ଶିକ୍ଷା ସେମାନଙ୍କୁ ଭୟ ଗୃହିଣୀ ହେବାରେ ସହଯୋଗ କରିବ ଏବଂ ପଢାରେ ସେମାନଙ୍କର ଆଗ୍ରହ ମଧ୍ୟ ଏହାର ଏକ ମୁଖ୍ୟ କାରଣ ଅଟେ । ତଥାପି, ଝିଅମାନଙ୍କ ପାଠ ପଢିବା ନିଷ୍ପତ୍ତି ସେମାନଙ୍କର ନହୋଇ ବରଂ ସେମାନଙ୍କ ପରିବାରର ହୋଇଥାଏ । ପ୍ରଥମ ଫାଉଣ୍ଡେସନ୍ ଦ୍ୱାରା ପ୍ରକାଶିତ ନୂତନ ବାର୍ଷିକ ସ୍ଥିତି ଶିକ୍ଷା ରିପୋର୍ଟ-୨୦୨୩ (ASER)ରେ ଏହି ଦାବି କରାଯାଇଛି ।

‘ବିଉଣ୍ଡ୍ ବେସିକ୍’ ଶୀର୍ଷକ ASER-୨୦୨୩ ପାଇଁ, ୨୬ଟି ରାଜ୍ୟର ୨୮ଟି ଜିଲ୍ଲାରେ ୧୪-୧୮ ବର୍ଷ ବୟସର ୩୪,୭୪୫ ପିଲାଙ୍କ ଉପରେ ଏକ ସର୍ଭେ କରାଯାଇଥିଲା । ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର ଦୁଇଟି ଗ୍ରାମୀଣ ଜିଲ୍ଲା ଏବଂ ଅନ୍ୟ ସବୁ ପ୍ରମୁଖ ରାଜ୍ୟର ଅତି କମରେ ଗୋଟିଏ ଜିଲ୍ଲାରେ ଏହି ସର୍ଭେ କରାଯାଇଥିଲା । ASER କହିଛି ଯେ ଦେଶର ଝିଅମାନଙ୍କ ଅପେକ୍ଷା ଅଧିକ ସଂଖ୍ୟକ ପୁଅ ଦ୍ୱାଦଶ ଶ୍ରେଣୀ ପରେ ଅଧ୍ୟୟନ କରିବାକୁ ଚାହାନ୍ତି ନାହିଁ । ସର୍ଭେରେ ଝିଅମାନେ ଅତିକମରେ ସ୍ନାତକୋତ୍ତର ପର୍ଯ୍ୟନ୍ତ ପଢିବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ପୁଅମାନେ ସ୍କୁଲ ପରେ ନିଜ ପଢା ବନ୍ଦ କରିବାର ଇଚ୍ଛା ପ୍ରକାଶ କରିଛନ୍ତି ।

ପଢନ୍ତୁ: ମାଆ ସହ ରହୁଥିଲା ଲିଭ୍‌-ଇନ୍‌ରେ, ଝିଅ ଉପରେ ଆଖି ପକାଉଥିଲା ଯୌନ ରାକ୍ଷସ

ସର୍ଭେରେ ଏହା ସାମନାକୁ ଆସିଛି ଯେ ବଦଳୁଥିବା ସାମାଜିକ ଦୃଶ୍ୟପଟରେ ଝିଅଙ୍କ ପାଇଁ କଲେଜ ସ୍ତର ଯାଏ ପାଠ ପଢିବା ସୁଯୋଗ ବଢିଛି । ସର୍ଭେରେ ଏହା ମଧ୍ୟ ସାମନାକୁ ଆସିଛି ଯେ ପୁଅଙ୍କ ମୁଣ୍ଡରେ ଶୀଘ୍ର ରୋଜଗାର କଥା ରହିଥାଏ । ଏବଂ ଆର୍ଥିକ ସମସ୍ୟା ଯୋଗୁଁ ପୁଅମାନେ ନିଜ ସ୍କୁଲ ଫି ଦେବା ପାଇଁ ମଧ୍ୟ ନିଜେ କାମ କରିଥାନ୍ତି ।

The post ଦେଶର ପୁଅଙ୍କ ତୁଳାରେ ଝିଅମାନେ ଅଧିକ ପଢିବାକୁ ଚାହାନ୍ତି, ନୂଆ ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ-୨୦୨୩ରେ ଦାବି appeared first on Prameya News7.



Source link

Leave a Comment