ପଞ୍ଚଦେବ କ୍ଷେତ୍ରରେ ରାଜ୍ୟପାଳ, ମହାବିନାୟକଙ୍କୁ ପୂଜାର୍ଚ୍ଚନା ସହ କଲେ ଆଳତୀ techguruodia


ଚଣ୍ଡିଖୋଲ: ଯାଜପୁର ଗସ୍ତରେ ମହାମହିମ ରାଜ୍ୟପାଳ ରଘୁବର ଦାସ। ଯାଜପୁର ଗସ୍ତ ଫେରିବା ବେଳେ ବାଟରେ ଚଣ୍ଡିଖୋଲ ସ୍ଥିତ ପଞ୍ଚଦେବ କ୍ଷେତ୍ର ମହାବିନାୟକ ଦର୍ଶନ କରିଛନ୍ତି।

ସନ୍ଧ୍ୟା ସମୟରେ ମହାମହିମ ପହଞ୍ଚିବା ପରେ ମନ୍ଦିର ଟ୍ରଷ୍ଟି ଧନେଶ୍ୱର ସାମଲ, ଦର୍ପଣ ତହସିଲଦାର ମାନସ ରଞନ ତ୍ରିପାଠୀ, ବଡଚଣା ବିଡ଼ିଓ ରବିନ୍ଦ୍ର ପ୍ରଧାନ ଓ ମନ୍ଦିରର ସମସ୍ତ ସେବାୟତ ମାନେ ରାଜ୍ୟପାଳଙ୍କୁ ସ୍ୱାଗତ କରିବା ସହ ମନ୍ଦିର ପରିସରକୁ ପାଛୋଟି ନେଇଥିଲେ।

ମନ୍ଦିର ମଧ୍ୟକୁ ପ୍ରବେଶ କରି ଘଣ୍ଟ ବଜାଇବା ସହ ବାସୁକୀକୁ ମୁଣ୍ଡିଆ ମାରି ମନ୍ଦିର ଗର୍ଭ ଗୃହକୁ ପ୍ରବେଶ କରିଥିଲେ। ମନ୍ଦିରର ପୂଜକଙ୍କ ଦ୍ୱାରା ପ୍ରାୟ ଅଧଘଣ୍ଟା  ଧରି ପଞ୍ଚଦେବତା ମହାବିନାୟକଙ୍କୁ ପୂଜାର୍ଚ୍ଚନା କରିବା ସହିତ ଆଳତୀ କରିଥିଲେ। ଜିଲ୍ଲା ପୋଲିସ ତରଫରୁ ସମସ୍ତ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା।

The post ପଞ୍ଚଦେବ କ୍ଷେତ୍ରରେ ରାଜ୍ୟପାଳ, ମହାବିନାୟକଙ୍କୁ ପୂଜାର୍ଚ୍ଚନା ସହ କଲେ ଆଳତୀ appeared first on Prameya News7.



Leave a Comment