ପାକିସ୍ତାନ ସେନାଙ୍କୁ କେତେ ମିଳିଥାଏ ଦରମା ? ଜାଣନ୍ତୁ… techguruodia


ନୂଆଦିଲ୍ଲୀ ୨୦।୦୧: ଭାରତ ଏବଂ ପାକିସ୍ତାନ ସେନା ମଧ୍ୟରେ କିଏ ଶକ୍ତିଶାଳୀ, ଏହା ପ୍ରାୟତଃ ତୁଳନା କରାଯାଏ । କିନ୍ତୁ ଜାଣନ୍ତି କି ପାକିସ୍ତାନ ସେନାରେ ସୈନିକଙ୍କୁ କେତେ ଦରମା ମିଳିଥାଏ ?  ବାସ୍ତବରେ ପାକିସ୍ତାନରେ ରାଙ୍କ୍  ଏବଂ ସର୍ଭିସ୍ ଟାଇମ୍କୁ ଦେଖି ଦରମା ମିଳିଥାଏ । ଏଥିପାଇଁ ଅନେକ କାଟେଗୋରୀ ରହିଥାଏ । ଆଉ ଏହି ହିସାବରେ ହିଁ ସମସ୍ତଙ୍କର ଦରମା ହିସାବ ହୋଇଥାଏ । 

ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସେନାରେ ପ୍ରାୟତଃ ୨୨ BPS କାଟାଗୋରୀ ରହିଛି । ଆଉ BPS ହିସାବରେ ହିଁ ସୈନିକଙ୍କର ଦରମା ହିସାବ କରାଯାଏ । ରିପୋର୍ଟ ଅନୁଯାୟୀ, BPS-1 ବା ସବୁଠାରୁ ଜୁନିଅର୍ କାଟାଗୋରୀ ସୈନ୍ୟଙ୍କୁ ଅତି କମ୍ରେ ୧୧ ହଜାର ୭୨୦ ପାକିସ୍ତାନୀ ଟଙ୍କା  ମିଳିଥାଏ ।

ସେହିପରି ଏମାନଙ୍କର ସର୍ବାଧିକ ଦରମା ୨୩ ହଜାର ୧୨୦ ଟଙ୍କା ହୋଇଥାଏ । ଏହାବ୍ୟତୀତ ସବୁଠାରୁ ଅଧିକ ଦରମା BPS-22କୁ ମିଳିଥାଏ । ଏହି ସୈନ୍ୟଙ୍କର ସର୍ବନିମ୍ନ ଦରମା ୮୨ ହଜାର ୩୮୦  ହୋଇଥିବା ବେଳେ ଏମାନଙ୍କର ସର୍ବାଧିକ ବେତନ ୧ ଲକ୍ଷ ୬୪ ହଜାର ୫୬୦ ପାକିସ୍ତାନୀ ଟଙ୍କା ରହିଥାଏ ।

ଏହା ବ୍ୟତୀତ ମିଳୁଥିବା ବେତନ ସହିତ କିଛି ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ସୈନିକମାନଙ୍କୁ ସେମାନଙ୍କ ପଦବୀ ଅନୁଯାୟୀ ଦିଆଯାଏ । ତେବେ ଭାରତୀୟ ମୁଦ୍ରା ଅନୁଯାୟୀ ଏହି ଦରମା କମ୍  ମଧ୍ୟ ହୋଇପାରେ ।

You Can Read:

The post ପାକିସ୍ତାନ ସେନାଙ୍କୁ କେତେ ମିଳିଥାଏ ଦରମା ? ଜାଣନ୍ତୁ… appeared first on Prameya News7.



Leave a Comment