ପାଣିପାଗ ବିଭାଗର ଆଲର୍ଟ, ଆସନ୍ତା ୩ ଦିନ ରାଜ୍ୟରେ ଘନ କୁହୁଡି techguruodia


ଭୁବନେଶ୍ୱର ୨୦।୦୧ : ଆସନ୍ତା ୨୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବ । ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । ଏବେ ଫସଲ ଅମଳ ଚାଲିଥିବାରୁ ବର୍ଷା ଯୋଗୁ ଅମଳ କ୍ଷତିଗ୍ରସ୍ତ ହେବାର ଭୟ ଘନେଇଛି । ପୁଣି ମଣ୍ଡିରେ ଧାନ ସଂଗ୍ରହ ଚାଲିଥିବାରୁ ଖୋଲା ଆକାଶରେ ପଡ଼ିଥିବା ଧାନ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି । ହାଲୁକା ବର୍ଷା ଯୋଗୁ ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀରେ ଅମଳ ହୋଇଥିବା ଧାନ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି ।

ଆସନ୍ତା ତିନିଦିନ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହେବ । ଏଥିପାଇଁ ସତର୍କ କରାଇଛି ପାଣିପାଗ ବିଭାଗ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖା ଦେବ ବୋଲି ବିଭାଗ ପୂର୍ବାନୁମାନ କରିଛି । ୨୦ରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ୨୧ ଓ ୨୨ରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ବର୍ଷା ହୋଇପାରେ ।




Leave a Comment