ପାରା ଅପରିସ୍କାର କରୁଛନ୍ତି କି ? ବାଲକୋନିରେ ଲଗାନ୍ତୁ ଏହି ଗଛ, ଆସିବେନି ପାରା   techguruodia


ନୂଆଦିଲ୍ଲୀ ୨୦।୦୧: ପାରା । ଏହା ଏପରି ଏକ ପକ୍ଷୀ, ଯିଏକି ମଣିଷଙ୍କର ଖୁବ୍‌ ନିକଟତର ହୋଇଥାଏ । ଏଥିପାଇଁ ଅନେକ ଲୋକ ପାରା ପାଳିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ନଜର କରିଥିବେ ଅନେକ ସମୟରେ ପାରାମାନେ ବାଲ୍‌କୋନିରେ ବସି ଅପରିସ୍କାର କରିଥାନ୍ତି । ଯାହାକୁ ସଫା କରିବାରେ ଅନେକ ଅସୁବିଧା ହୋଇଥାଏ ।

ଏମାନଙ୍କୁ ଘଉଡାଇବା ପାଇଁ ଅନେକ ଉପାୟ ଆପଣାଇଲେ ମଧ୍ୟ କିଛି ବି ସୁଫଳ ମିଳେନି । ଏମାନେ ମଉକା ଦେଖି ବାରମ୍ବାର ଆସି ଅପରିସ୍କାର କରିଥାନ୍ତି । ତେବେ ଏପରି କିଛି ଗଛ ଅଛି ଯାହାକୁ ଲଗାଇବା ଦ୍ବାର ପାରା ଆଉ ଘରକୁ ଆସିବେନି । ଆସନ୍ତୁ ଜାଣିବା ସେହି ଗଛ ବିଷୟରେ…

ଘରେ କ୍ୟାକଟସ୍‌ ଲଗାଇଲେ ପାରା ଆସିବେନି । କାରଣ ପାରାଙ୍କୁ ଏହାର କଣ୍ଟା ପସନ୍ଦ ନୁହେଁ । ନର୍ଗିସ୍‌ ଫୁଲ ମଧ୍ୟ ପାରାଙ୍କୁ ପସନ୍ଦ ନୁହେଁ । ତେଣୁ ଏହାର ଗଛକୁ ଘରେ ଲଗାଇଲେ ପାରା ଦୂରେଇ ରହିବେ । ସେହିପରି ପୁଦିନା ଗନ୍ଦରୁ ଦୂରେଇ ରହିଥାନ୍ତି ପାରା । ଏହାକୁ ମଧ୍ୟ ବାଲକୋନିରେ ଲଗେଇ ପାରିବେ ।

ରସୁଣ ଗନ୍ଦଠୁ ବି ଦୂରେଇ ରୁହନ୍ତି ପାରା । ଏହାକୁ ବାଲ୍‌କୋନିରେ ଲଗାଇ ପାରାଙ୍କୁ ଦୂରେଇ ପାରିବେ । ସେହିପରି ଲେମନ୍‌ ଗ୍ରାସ୍‌ର ଗନ୍ଦରେ ମଧ୍ୟ ପାରା ଆପଣଙ୍କ ଘରକୁ ଆସିବେନି, ଆଉ ଅପରିସ୍କାର ମଧ୍ୟ କରିବେନି ।

You Can Read:

The post ପାରା ଅପରିସ୍କାର କରୁଛନ୍ତି କି ? ବାଲକୋନିରେ ଲଗାନ୍ତୁ ଏହି ଗଛ, ଆସିବେନି ପାରା   appeared first on Prameya News7.



Leave a Comment