ପ୍ରଭୁୁ ଶ୍ରୀ ରାମଙ୍କ ଅଳଙ୍କାରରେ ବ୍ୟବହାର ହୋଇଛି ୧୫ କେଜି ସୁନା, ୧୮ ହଜାର ହୀରା ଓ ପନ୍ନା techguruodia


ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହୋଇଛି। ରାମଲାଲାଙ୍କର ୫ ବର୍ଷର ବାଳକ ସ୍ୱରୂପକୁ ସ୍ଥାପନା କରାଯାଇଛି। ଗତକାଲି ମହାଆଡ଼ମ୍ବରରେ ଏହି କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା। ବସନ ଭୂଷଣ ଆଳିଅଳଙ୍କାରରେ ପ୍ରଭୂ ଶ୍ରୀରାମଙ୍କ ମୁଖଶ୍ରୀ ଝଟକି ଉଠୁଥିଲା।

ପ୍ରଭୁଙ୍କର ପ୍ରତିମୂର୍ତ୍ତିକୁ ନାନା ଅଳଙ୍କାରରେ ସଜାଯାଇଥିଲା। ଏଥିରେ ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ଧାତୁ ବ୍ୟବହାର କରାଯାଇଛି। ରିପୋର୍ଟ ଅନୁସାରେ, ଶ୍ରୀ ରାମଙ୍କ ଅଳଙ୍କାର ପାଇଁ ୧୫ କେଜି ସୁନା ସହ ୧୮ ହଜାର ହୀରା ଓ ପନ୍ନା ବ୍ୟବହାର କରାଯାଇଛି। କାରିଗରମାନେ ଖୁବ୍ ଯତ୍ନର ସହ ଆଧ୍ୟାତ୍ମ ରାମାୟଣ, ଶ୍ରୀମଦ ବାଲମିକି ରାମାୟଣ, ଶ୍ରୀ ରାମଚରିତମାନସ ଓ ଅଲଭନ୍ଦର ସ୍ତୋତ୍ର ଆଦିକୁ ଖୋଦିତ କରି ଲେଖିଛନ୍ତି ।

ରାମଲାଲାଙ୍କ ଗହଣାରେ ମୋଟ ୧୪ ପିସ୍ ଅଳଙ୍କାର ରହିଛି। ତିଳକକୁ ମିଶାଇ ମୁକୁଟ, ୪ ନେକ୍‌ଲେସ୍,କଟିହାର,ପାଉଁଜି, ବିଜୟ ମାଳା, ଦୁଇଟି ମୁଦି ରହିଛି। ଏହିସବୁ ଗହଣାକୁ ମାତ୍ର ୧୨ ଦିନରେ ପ୍ରସ୍ତୁତ କରାଯାଇଛି।

ଗହଣା ତିଆରି କରିବାକୁ ପ୍ରାଣ ପ୍ରତିଷ୍ଠାର ୧୫ ଦିନ ପୂର୍ବରୁ ରାମ ମନ୍ଦିର ଟ୍ରଷ୍ଟ ଲକ୍ଷ୍ନୌର ହର୍ଷସାହିମଲ ଶ୍ୟାମଲାଲ ଜ୍ୱେଲର୍ସଙ୍କୁ ଦାୟିତ୍ୱ ଦେଇଥିଲା ମନ୍ଦିର ଟ୍ରଷ୍ଟ। ଏହି ଜୁଏଲର୍ସ ନିର୍ମାତା ମାତ୍ର ୧୨ ଦିନରେ ଗହଣା ତିଆରି କରିଦେଇଥିଲେ।   

Prime Minister Narendra Modi performing rituals inside the Ram Temple complex in Ayodhya on Monday. (Photo: PTI)

ପଢ଼ନ୍ତୁ-ରାମଲାଲାଙ୍କ ଝଲକ ପାଇଁ ଅଯୋଧ୍ୟାରେ ଜନସମୁଦ୍ର, ପୋଲିସ୍‌ର ମୃଦୁ ଲାଠି ଚାଳନା, ସହରକୁ ପ୍ରବେଶ ଉପରେ ଲାଗିଲା ନିଷେଧ

ମୁକୁଟ ତିଆରି ବେଳେ ଏହାକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ୨୨ କ୍ୟାରେଟ୍ ସୁନା ବ୍ୟବହାର କରାଯାଇଛି। ଏଥିରେ ପାଖାପାଖି ୧.୭ କେଜିର ସୁନା, ୭୫ କ୍ୟାରେଟ ହୀର, ୧୭୫ କ୍ୟାରେଟ ଜାମ୍ବିଆନ ପନ୍ନା ଓ ୨୬୨ କ୍ୟାରେଟ୍ ମାଣିକ ବ୍ୟବହାର କରାଯାଇଥିଲା।

ମୁକୁଟ ପରେ ତିଳକ ନିର୍ମାଣ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା। ଏଥିରେ ୧୬ ଗ୍ରାମର ସୁନା, ଏହାର କେନ୍ଦ୍ରରେ ୩ କ୍ୟାରେଟ୍‌ ହୀରା,ଦୁଇ ପାଖେ ୧୦ କ୍ୟାରଟେ ହୀର ବ୍ୟବହାର କରାଯାଇଛି। ଏଥିସହିତ ଏହାର ସୌନ୍ଦର୍ଯ୍ୟ ବଢାଇବାକୁ ମିଆଁମାନର ମାଣିକ ବ୍ୟବହାର କରାଯାଇଛି।

ସେହିପରି ପନ୍ନାରେ ତିଆରି ୬୫ ଗ୍ରାମ୍‌ର ମୁଦିରେ ୪ କ୍ୟାରେଟ ହୀର, ୩୩ କ୍ୟାରେ ପନ୍ନା ଓ ଜାମ୍ବିଆନ ପନ୍ନା କେନ୍ଦ୍ରରେ ବ୍ୟବହାର କରାଯାଇଛି। ଏହି ମୁଦି ବାନବାସ ସମୟରେ ଶ୍ରୀ ରାମଙ୍କର ପ୍ରକୃତି ସହ ଥିବା ସୌହାର୍ଦ୍ଧ୍ୟପୂର୍ଣ୍ଣ ସମ୍ପର୍କକୁ ଦର୍ଶାଉଛି।  

The post ପ୍ରଭୁୁ ଶ୍ରୀ ରାମଙ୍କ ଅଳଙ୍କାରରେ ବ୍ୟବହାର ହୋଇଛି ୧୫ କେଜି ସୁନା, ୧୮ ହଜାର ହୀରା ଓ ପନ୍ନା appeared first on Prameya News7.



Leave a Comment