ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମଲାଲାଙ୍କ ଫଟୋ ଲିକ୍, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଟ୍ରଷ୍ଟ techguruodia


ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ରାମଲାଲାଙ୍କ ଫଟୋ ଲିକ୍ ହେବା ପରେ ଅଫିସରଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି । ରାମଲାଲାଙ୍କ ଫଟୋ ଲିକ୍ ହେବା ପରେ ଅଫିସରମାନଙ୍କ ଉପରେ ଶ୍ରୀରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ଟ୍ରଷ୍ଟ  ଏବେ ଏଲଆଣ୍ଡଟି ଅଫିସରଙ୍କ ଉପରେ ଆକ୍ସନ ପାଇଁ ପ୍ରସ୍ତୁତି କରୁଛି । କୁହାଯାଉଛି ଯେ କମ୍ପାନିର କୌଣସି କର୍ମଚାରୀ କିମ୍ୱା ଅଧିକାରୀ ଫଟୋ ଉଠାଇ ଭାଇରାଲ କରିଥାଇପାରନ୍ତି । ତେବେ ଫଟୋ କେଉଁଠାରୁ ଭାଇରାଲ ହୋଇଛି, ତାହା ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ହୋଇପାରି ନାହିଁ ।

ଅଯୋଧ୍ୟା ରାମ ମନ୍ଦିରର ଗର୍ଭଗୃହରେ ଜାନୁଆରୀ ୧୮ରେ ରାମଲାଲାଙ୍କ ବିଗ୍ରହକୁ ତାଙ୍କ ଆସନରେ ସ୍ଥାପିତ କରାଯାଇଥିଲା । ଏହା ପୂର୍ବରୁ ବୁଧବାର ରାତିରେ ଶ୍ରୀରାମଲାଲାଙ୍କ ରୁପା ପ୍ରତିମାରୁ ପାଲିଙ୍କୀରେ ବିରାଜମାନ କରି ମନ୍ଦିର ପରିସରରେ ପରିକ୍ରମା କରାଯାଇଥିଲା ।

ପଢନ୍ତୁ: ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭ ଗୃହରେ ବିରାଜିତ ରାମ ଲଲାଙ୍କ ପ୍ରଥମ ଛବି, ଦେଖନ୍ତୁ କେତେ ଭବ୍ୟ

ସ୍ଥପତି ଅରୁଣ ଯୋଗୀରାଜଙ୍କ ଦ୍ୱାରା ତିଆରି କରାଯାଇଥିବା ୫୧ ଇଞ୍ଚର ରାମଙ୍କ ପ୍ରତିମା ଶ୍ୟାମଳ ରଙ୍ଗର । ଏହାର ଓଜନ ଦୁଇ ଟନ୍ ଥିବା କୁହାଯାଉଛି । ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ କପଡ଼ାରେ ଘୋଡାଇ ରଖାଯାଇଥିଲା, ଏହାକୁ ଶୁକ୍ରବାର ଅନାବରଣ କରାଯାଇଥିଲା । ସୋସିଆଲ୍ ମିଡିଆରେ ରାମଲାଲାଙ୍କ ଯେଉଁ ମୂର୍ତ୍ତି ଭାଇରାଲ ହେଉଛି, ଶୁକ୍ରବାର ତାର ଅନାବରଣ ହୋଇଥିଲା । ମୂର୍ତ୍ତିର ଆଖିକୁ ହଳଦିଆ ରଙ୍ଗର କପଡ଼ା ଢଙ୍କା ଯାଇଥିଲା ।

The post ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମଲାଲାଙ୍କ ଫଟୋ ଲିକ୍, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଟ୍ରଷ୍ଟ appeared first on Prameya News7.



Leave a Comment