ଫେବ୍ରୁଆରୀ ୪ ତାରିଖରୁ ବିଜେପିର ‘ଗାଓଁ ଚଲୋ’ ଅଭିଯାନ ଆରମ୍ଭ techguruodia


ନୂଆଦିଲ୍ଲୀ: ଫେବ୍ରୁଆର ୪ ତାରିଖରୁ ‘ଗାଓଁ ଚଲୋ’ କାର୍ଯ୍ୟକ୍ରମ ଆରମ୍ଭ କରିବ ବିଜେପି। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଏହି ଅଭିଯାନ ଆରମ୍ଭ କରିବ। ଏନେଇ ଶୁକ୍ରବାର ଦଳର ଅଧ୍ୟକ୍ଷ ଜେପି ନଡ୍ଡା ସୂଚନା ଦେଇଛନ୍ତି।

ଫେବ୍ରୁଆରୀ ୪ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ହେବ। ଏହି ସମୟରେ ବିଜେପିର ୩୦ ଲକ୍ଷ ସଦସ୍ୟ ୭ ଲକ୍ଷ ଆଞ୍ଚଳିକ ପୁଲିଂ ବୁଥ ଓ ସହରୀ ବୁଥ୍‌ରେ ପହଞ୍ଚିବେ ବୋଲି ଦଳ ଟାର୍ଗେଟ୍ ରଖିଛି। ଏହି ଅଭିଯାନ ପାଇଁ ଶୁକ୍ରବାର ଦଳର ଅଧ୍ୟକ୍ଷ ଜେପି ନଡ୍ଡା କର୍ମୀମାନଙ୍କୁ ୱାର୍କସପ୍ କରାଇଥିଲେ। କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେ ନେଇ ଯୋଜନା ପ୍ରସ୍ତୁତ କରିଥିଲେ।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟରେ ଦେଶରେ କେଉଁ ସବୁ ବିକାଶ ହୋଇଛି ତାହା ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନଡ୍ଡା। ଏହି କାର୍ଯ୍ୟକ୍ରମରେ ବିଜେପିର ୩୭ଟି ସାଂଗଠନିକ ରାଜ୍ୟର କର୍ମୀମାନେ ଯୋଗ ଦେଇଥିଲେ। ଆଗକୁ ହେବାକୁ ଥଇବା ଏହିଭଳି ପ୍ରଶିକ୍ଷଣ ଅଭ୍ୟାସରେ ୯୮୮ ସାଂଗଠନିକ ଜିଲ୍ଲା ଓ ୧୬,୧୮୮ ମଣ୍ଡଳରୁ ଆୟୋଜିତ କରାଯିବ ବୋଲି ବିଜେପି କହିଛି।   

ପଢ଼ନ୍ତୁ-ମିଆଁମାରକୁ ଲାଗିଥିବା ଭାରତ ସୀମାରେ ଲାଗିବ ତାର ବାଡ଼, ଅବାଧ ଯାତାୟାତ ହେବ ବନ୍ଦ

The post ଫେବ୍ରୁଆରୀ ୪ ତାରିଖରୁ ବିଜେପିର ‘ଗାଓଁ ଚଲୋ’ ଅଭିଯାନ ଆରମ୍ଭ appeared first on Prameya News7.



Leave a Comment