ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିନ : ଗୋପରେ କାଳୀୟ ଦଲନ, ମଥୁରାରେ କଂସଙ୍କ ଦିଗ୍‌ବିଜୟ techguruodia


ବରଗଡ଼ ୨୦।୦୧ : ଶୁକ୍ରବାର ଥିଲା ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିନ । ଗୋପପୁରରେ କୃଷ୍ଣ କେତେବେଳେ ଲହୁଣୀ ଚୋରୀ କରୁଛନ୍ତି ତ ଆଉ କେତେବେଳେ ଗୋପାଳ ବାଳକଙ୍କ ସହ ବଣଭୋଜିରେ ମାତିଛନ୍ତି । ତେବେ ଏମିତି ଦିନେ ଲହୁଣୀ ଚୋରୀ କରି ଖାଉଥିବା ବେଳେ ମାଁ ଯଶୋଦାଙ୍କ ହାତରେ ଧରାପଡ଼ିଛନ୍ତି ଏବଂ ମା ଯଶୋଦା କାହ୍ନାଙ୍କୁ ଦଉଡ଼ିରେ ବାନ୍ଧି ଦେଇଥିଲେ । ସେପଟେ ସୃଷ୍ଟିକର୍ତ୍ତା ବ୍ରହ୍ମା ଗୋପୀ ତଥା ରାଧାଙ୍କୁ ବିମୋହିତ କରିବା ପାଇଁ କୃଷ୍ଣଙ୍କୁ ମୋହନ ବଂଶୀ ପ୍ରଦାନ କରିଛନ୍ତି । ଅପରପକ୍ଷେ ଦିନକୁ ଦିନ କାଳିୟ ନାଗ ର ଦର୍ପଦଳନ ପାଇଁ କାଳିନ୍ଦି ହ୍ରଦକୁ ଡ଼େଇଁପଡ଼ିଥିବା ବେଳେ କାଳିନାଗ ସହ ଯୁଦ୍ଧ କରି ତାର ଗର୍ବ ଚୁର୍ଣ୍ଣ କରିଛନ୍ତି ଶ୍ରୀକୃଷ୍ଣ ।

ଏପଟେ ମହାରାଜ କଂସ ଦିଗବିଜୟରେ ବାହାରି ମଗଧ ରାଜ୍ୟ ଉପରେ ଆକ୍ରମଣ କରିଥିବା ବେଳେ ମଗଧ ରାଜା ଜରାସନ୍ଧକୁ ପରାସ୍ତ କରିଛନ୍ତି ଏବଂ ତାଙ୍କର ଦୁଇ ଝିଅ ହେତି ଓ ପ୍ରହେତିଙ୍କୁ ବିବାହ କରିଛନ୍ତି । ଠିକ୍ ଏତିକି ବେଳେ କାଳିୟ ନାଗର ଦର୍ପଦଳନ ଖବର ଆସିଛି ଗୋପପୁରରୁ । ଏଥିରେ ବ୍ୟଥିତ ନହୋଇ କଳେ ବଳେ କୌଶଳେ କେମିତି କୃଷ୍ଣ ବଳରାମଙ୍କୁ ହତ୍ୟା କରିବେ । ସେ ନେଇ ଷଢ଼ଯନ୍ତ୍ର କରିବା ସହ ରଂଗସଭାର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଧନୁଯାତ୍ରାର ଷଷ୍ଠ ଦିବସରେ ମଥୁରାରେ ରଂଗସଭାର ଆୟୋଜନ କରି କୃଷ୍ଣବଳରାମଙ୍କୁ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତି । ନାରଦ ମୁନୀଙ୍କ ପ୍ରସ୍ତାବରେ “ଧନୁଯାତ୍ରା ମହୋତ୍ସବ’ର ଘୋଷଣା ହୋଇଛି । ଅନ୍ୟପଟେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ଦ୍ୱାରା ଗୋପୀଙ୍କ ବସ୍ତ୍ରହରଣ ଏବଂ କୃଷ୍ଣବଳରାମଙ୍କ ବାଲ୍ୟଲିଳା ପ୍ରଦର୍ଶିତ ହେବ ।




Leave a Comment