ବାଫ୍‌ଟା ଆୱାର୍ଡସ୍‌-୨୦୨୪, ‘ଓପେନ୍‌ହାଇମର’କୁ  ମିଳିଲା ୧୩ ନୋମିନେସନ୍‌ techguruodia


ମୁମ୍ଵାଇ ୨୦।୦୧: ୭୭ତମ ବାଫ୍‌ଟା ଫିଲ୍ମ ଆୱାର୍ଡସ୍‌ ଲାଗି ନୋମିନେସନ୍‌ ଘୋଷଣା ହୋଇଛି । ଖ୍ରିଷ୍ଟୋଫର  ନୋଲନଙ୍କ ‘ଓପେନ୍‌ହାଇମର’କୁ ମିଳିଛି ସର୍ବାଧିକ ୧୩ ନୋମିନେସନ୍‌ । ୟୋରଗସ୍‌  ଲାନ୍‌ଥିମୋସ୍‌ଙ୍କ ବ୍ଲାକ୍‌-କମେଡି ସାଇନ୍ସ ଫାଣ୍ଟାସି ‘ପୁଅର୍‌ ଥିଙ୍ଗ୍‌ସ’ ୧୧ ନୋମିନେସନ୍‌  ସହ ଦ୍ୱିତୀୟରେ ରହିଛି।  ‘ଓପେନ୍‌ହାଇମର’ ଶ୍ରେଷ୍ଠ ଚଳଚ୍ଚିତ୍ର,  ଶ୍ରେଷ୍ଠ ନିର୍ଦ୍ଦେଶକ(ଖ୍ରିଷ୍ଟୋଫର  ନୋଲନ୍‌), ଆଡାପ୍ଟେଡ୍‌ ସ୍କ୍ରିନ୍‌ପ୍ଲେ,  ଶ୍ରେଷ୍ଠ ଅଭିନେତା(ସିଲିଆନ୍‌ ମର୍ଫି),  ଶ୍ରେଷ୍ଠ ସହ-ଅଭିନେତ୍ରୀ (ଏମିଲି  ବ୍ଲଣ୍ଟ୍‌), ଶ୍ରେଷ୍ଠ ସହ-ଅଭିନେତା  (ରୋବର୍ଟ ଡାଉନି ଜୁନିୟର)  ସମେତ ଅନେକ ଶୀର୍ଷ ପୁରସ୍କାର  ପାଇଁ ରେସ୍‌ରେ ସାମିଲ ହୋଇଛି ।

‘ପୁଅର୍‌ ଥିଙ୍ଗ୍‌ସ’ ଶ୍ରେଷ୍ଠ ଚଳଚ୍ଚିତ୍ର,  ଚମତ୍କାର ବ୍ରିଟିଶ ଫିଲ୍ମ, ଶ୍ରେଷ୍ଠ  ଆଡାପ୍ଟେଡ୍‌ ସ୍କ୍ରିନ୍‌ପ୍ଲେ ଓ ଶ୍ରେଷ୍ଠ ଅଭିନେତ୍ରୀ (ଏମା ଷ୍ଟୋନ୍‌) ଭଳି ୧୧ ବଡ଼ ପୁରସ୍କାର  ପାଇଁ ଲଢ଼େଇ କରୁଛି । ‘କିଲର୍ସ ଅଫ୍‌ ଦ ଫ୍ଲାୱାର୍‌ ମୁନ୍‌’କୁ ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ  ସହ-ଅଭିନେତା ସମେତ ଏକାଧିକ ପ୍ରମୁଖ ବିଭାଗରେ ନୋମିନେଟ୍‌ କରାଯାଇଛି ।  ୨୦୨୩ ମସିହାରେ ସର୍ବାଧିକ ଆୟ କରିଥିବା ଅନ୍ୟତମ ଚଳଚ୍ଚିତ୍ର ଗ୍ରେଟା ଗରୱିଗ୍‌ଙ୍କ  ‘ବାର୍ବି’ ମାତ୍ର ୫ ବିଭାଗରେ ନୋମିନେଟ୍‌ ହୋଇଛି । ଆସନ୍ତା ଫେବ୍ରୁଆରୀ ୧୮ ତାରିଖରେ  ଲଣ୍ଡନର ରୟାଲ ଫେଷ୍ଟିଭାଲ୍‌ ହଲ୍‌ରେ ବିଜେତାମାନଙ୍କୁ ବାଫ୍‌ଟା ସମ୍ମାନ ପ୍ରଦାନ କରାଯିବ ।  ଉତ୍ସବର ସଂଚାଳନା କରିବେ ସ୍କଟିଶ୍‌ ଅଭିନେତା ଡେଭିଡ୍‌ ଟେନାଣ୍ଟ୍‌ ।

The post ବାଫ୍‌ଟା ଆୱାର୍ଡସ୍‌-୨୦୨୪, ‘ଓପେନ୍‌ହାଇମର’କୁ  ମିଳିଲା ୧୩ ନୋମିନେସନ୍‌ appeared first on Prameya News7.



Leave a Comment