ବାଲିଗୁଡ଼ାରେ ଚାଞ୍ଚଲ୍ୟ, ବୃଦ୍ଧଙ୍କ ଗଳାକାଟି ନିର୍ମମ ହତ୍ୟା techguruodia


ବାଲିଗୁଡା ୨୧।୦୧ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଅଭାବନୀୟ ଘଟଣା l ବୃଦ୍ଧଙ୍କୁ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ l ପୋଲିସର ତଦନ୍ତ ଜାରି । ମୃତକ ହେଲେ ବାଲିଗୁଡ଼ା ଥାନ ପଣସପଡି ସାହିର ପ୍ରଶାନ୍ତ ବୋଲି ଜଣାପଡିଛି । ସେ ରାଜମିସ୍ତ୍ରୀ ଭାବେ କାମ କରନ୍ତି ।

ଖବର ଅନୁଯାୟୀ, ଶନିବାର ଦିନ କାମ କରିବାକୁ ଯାଇ ଆଉ ଫେରିନଥିଲେ । ସବୁଦିନ ବିଳମ୍ବିତ ରାତିରେ ଘରକୁ ଆସୁଥିବାରୁ ପରିବାର ଲୋକେ ଆସିବେ ବୋଲି ଭାବୁଥିଲେ । ହେଲେ ଫେରିନଥିଲେ ପ୍ରଶାନ୍ତ । ପରେ ସକାଳୁ ସକାଳୁ ସ୍ଥାନୀୟ ଲୋକେ ପ୍ରଶାନ୍ତଙ୍କର ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।

ତେବେ ପ୍ରଶାନ୍ତଙ୍କୁ କିଏ ହତ୍ୟା କରିଛି । ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ଯାହାଫଳରେ ପ୍ରଶାନ୍ତଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି । ପୋଲିସ ହତ୍ୟାକାରୀଙ୍କୁ ଧରି ଉପଯୁକ୍ତ ଦଣ୍ଡ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି । ତେବେ ଶବ ବ୍ୟବଚ୍ଛେଦ ଓ ତଦନ୍ତ ପରେ ହତ୍ୟା ପଛର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବାଲିଗୁଡ଼ା ପୋଲିସ୍ କହିଛି l




Leave a Comment