ବିଦ୍ୟୁତ୍ ତାର ଲାଗି ଜଳିଗଲା ଟ୍ରାକ୍ଟର ଓ ପିକ୍ ଅପ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର techguruodia


ଆଠଗଡ ୧୯/୦୧: କଟକ ନରସିଂହପୁର ଥାନା ବାଲିସାହି ଓ ଘଣ୍ଟପଡ଼ା ଗ୍ରାମରେ ଦୁଇଟି ସ୍ଥାନରେ ବିଦ୍ୟୁତ୍ ତାରରେ ପାଳ ବୋଝେଇ ଟ୍ରାକ୍ଟର ଓ ପିକ୍ ଅଫ୍ ଭ୍ୟାନ ଜଳି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ।

ଆବଶ୍ୟକତା ଠାରୁ ଅଧିକ ପରିମାଣର ପାଳ ବୋଝେଇ ହୋଈ ଏକ ପିକ୍ ଅଫ୍ ଭ୍ୟାନ ରେ ଆସୁଥିବା ସମୟରେ ଅଧିକ ଉଚ୍ଚା କାରଣରୁ ବିଦ୍ୟୁତ୍ ତାର ଲାଗି ଛିଣ୍ଡି ଥିବାରୁ ପିକ୍ ଭ୍ୟାନରେ ଥିବା ପାଳ ଗଦାରେ ନିଆଁ ଲାଗି ଯିବା ଫଳରେ ପାଳ ଗଦା ସହିତ ଗାଡ଼ିର କିଛି ଅଂଶ ମଧ୍ୟ ଜଳି ଯାଇଥିଲା ।

ସେହିପରି ଘଣ୍ଟପଡ଼ା ଜଗନ୍ନାଥ ମନ୍ଦିର ନିକଟରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲାଗି ଯିବାରୁ ଟ୍ରାକ୍ଟର ବୋଝେଇ ପାଳ ଗଦା ଉପରେ ନିଆଁ ଲାଗି ଜଳି ଯାଇଥିଲା । ଖବର ପାଇ ନରସିଂହପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ।

The post ବିଦ୍ୟୁତ୍ ତାର ଲାଗି ଜଳିଗଲା ଟ୍ରାକ୍ଟର ଓ ପିକ୍ ଅପ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର appeared first on Prameya News7.



Leave a Comment