ଭଞ୍ଜ ସାହିତ୍ୟ ଆସର ଓ ଭଞ୍ଜ ସଙ୍ଗୀତ ସମାରୋହ ଅନୁଷ୍ଠିତ techguruodia


ଭୁବନେଶ୍ୱର, ୨୧। ୧ : ଭୁବନେଶ୍ୱର କଳିଙ୍ଗ ବୁଦ୍ଧ ବିହାର ସମ୍ମିଳନୀ କକ୍ଷରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସ୍ମୃତି ସାହିତ୍ୟ ସାଂସଦ ଘୁମୁସର (ଗଞ୍ଜାମ ରାଜ ପରିବାର ପକ୍ଷରୁ ଭଞ୍ଜ ସାହିତ୍ୟ ଆସର ଓ ଭଞ୍ଜ ସଙ୍ଗୀତ ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି। କଟକ କଳିଙ୍ଗ ଭାରତୀର ସଭାପତି ଡଃ ଶୈଳେଶ୍ୱର ନନ୍ଦ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଘୁମୁସର ରାଜା ସାହେବ ପ୍ରବୋଧ ଚନ୍ଦ୍ର ଭଞ୍ଜ ଦେଓ ସଭାପତିକ୍ୱ କରିଥିଲେ।

ମୁଖ୍ୟବକ୍ତା ଭାବେ ଭଞ୍ଜ ଫାଉଣ୍ଡେସନ ସମ୍ପାଦକ ବିବେକାନନ୍ଦ ପାଣିଗ୍ରାହୀ , ମୁଖ୍ୟ ଅତିଥି ଭାବେ ଓଡ଼ିଶା ଭାଷା ସାହିତ୍ୟ ପ୍ରତିଷ୍ଠାନର ଅଧ୍ୟକ୍ଷ ଡଃ ପ୍ରେମାନନ୍ଦ ମହାପାତ୍ର, ସମ୍ମାନୀତ ଅତିଥି ଶୈଳାବାଳା ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ବିଜୟିନୀ ସିଂହ ଦେଓ, ସମ୍ମାନିତ ବକ୍ତା ଭଞ୍ଜମାଟିର ସମ୍ପାଦକ କାମରାଜୁ ସାହଣୀ ଓ ଭଞ୍ଜମାଟିର ସଭାପତି ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର ଯୋଗ ଦେଇଥିଲେ।

ସେହିପରି ସ୍ୱତନ୍ତ୍ର ବକ୍ତା ଭାବେ ସିନୋ ଅଭିନେତା ପାର୍ଥ ସାରଥୀ ରାୟ ଯୋଗ ଦେଇଥିଲେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ସମ୍ଭାରରେ , ଧ୍ୱନି, ଅଳଙ୍କାର , ରସ, ବକ୍ରୋକ୍ତି, କାବ୍ୟପାକ, ଛାନ୍ଦ, ଚଉପଦୀ ଓ ସାଙ୍ଗୀତିକତା ଉତ୍କଳର ବାଣୀ ଭଣ୍ଡାରକୁ ଅମୂଲ୍ୟ ଦାନ ସ୍ୱରୂପ। କବି ମମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ଓ ସଙ୍ଗୀତର ଝଙ୍କାର ଜାତୀୟ ତଥା ବିଶ୍ୱସ୍ତରରେ ଉପସ୍ଥାପନା କରାଯିବ ଉଚିତ ବୋଲି ଅତିଥିମାନେ ମତପୋଷଣ କରିଥିଲେ।

ଏହି ଅବସରରେ ଅର୍ପଣ ଭଜନ ସନ୍ଧ୍ୟା ଅନୁଷ୍ଠାନ ତରଫରୁ ଭଞ୍ଜ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ବିରେନ୍ଦ୍ର ପ୍ରତାପ ଭଞ୍ଜ ଦେଓ ମଞ୍ଚ ପରିଚାଳନା କରିବା ସହ ଅତିଥିମାନଙ୍କ ସଭା ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ।

The post ଭଞ୍ଜ ସାହିତ୍ୟ ଆସର ଓ ଭଞ୍ଜ ସଙ୍ଗୀତ ସମାରୋହ ଅନୁଷ୍ଠିତ appeared first on Prameya News7.



Leave a Comment