ଭାରତର ଏପରି ଏକ ସ୍ଥାନ, ଏଠାକୁ ଯିବାକୁ କରାଯାଇଛି ବ୍ୟାନ୍‌ techguruodia


ନୂଆଦିଲ୍ଲୀ ୨୧।୦୧: ଭାରତରେ ଏପରି ଅନେକ ସ୍ଥାନ ରହିଛି, ଯାହା ଖୁବ୍‌ ରହସ୍ୟମୟୀ । ଜାଣନ୍ତି କି ଦେଶରେ ଏପରି ଏକ ସ୍ଥାନ ରହିଛି ଯେଉଁଠିକୁ ଯିବା ନିଷେଧ । ବର୍ତ୍ତମାନ ଚିନ୍ତା କରୁଥିବେ ଯେ କେବଳ ମଣିଷ ଯାଇପାରିବେନି, କିନ୍ତୁ ଏପରି ନୁହେଁ । ଏଠାରେ ମଣିଷ, ନା ଜୀବଜନ୍ତୁ, ଏମିତିକି ବୃକ୍ଷଲତା ମଧ୍ୟ   ଦେଖିବାକୁ ମିଳିନଥାଏ । ଜାଣନ୍ତି କି ଏହି ସ୍ଥାନ କେଉଁଠି ରହିଛି  ? କାହିଁକି ଏଠାକୁ ଯିବା ଉପରେ ଲାଗିଛି ବ୍ୟାନ୍‌ ? ଆସନ୍ତୁ ଜାଣିବା…

ଏହି ସ୍ଥାନ ଆଣ୍ଡାମାନର ରାଜଧାନୀ ପୋର୍ଟ ବ୍ଲେୟାର ଠାରୁ ପ୍ରାୟ ୧୫୦ କିଲୋମିଟର ଦୂର ବଙ୍ଗୋପସାଗରରେ ଅବସ୍ଥିତ । ପ୍ରାୟ ତିନି କିଲୋମିଟର ବ୍ୟାସାର୍ଦ୍ଧରେ ବ୍ୟାପିଛି ଏହି ସ୍ଥାନ । ବାସ୍ତବରେ ଏଠାରେ ଏକ ଆଗ୍ନେୟଗିରି ରହିଛି । ଯେଉଁ କାରଣରୁ ଏହି ସ୍ଥାନ ଚାରିପାଖରେ ଗଛ କିମ୍ବା କୌଣସି ଜନସଂଖ୍ୟା ନାହିଁ । ଏଠାରେ କୌଣସି ପ୍ରାଣୀ ମଧ୍ୟ ବସବାସ କରନ୍ତିନି । ଏହା ବ୍ୟାରେନ୍ ଦ୍ୱୀପର ଏକ ଆଗ୍ନେୟଗିରି ଭାବେ ପରିଚିତ । ଏହି ଆଗ୍ନେୟଗିରି ପ୍ରଥମେ ୧୭୮୭ ମସିହାରେ ବିସ୍ଫୋରଣ ହୋଇଥିଲା ।

ସେବେଠାରୁ ଏହି ଆଗ୍ନେୟଗିରି ଦଶରୁ ଅଧିକ ଥର ବିସ୍ଫୋରଣ ହୋଇସାରିଲାଣି । ୧୭୮୭ରେ ଯେତେବେଳେ ଫାଟିଥିଲା ସେତେବେଳେ ଏଥିରୁ ଧୂଆଁ ଏବଂ ଲାଭା ବାହାରିଥିଲା । କିନ୍ତୁ ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତି ଏହି ସ୍ଥାନରୁ ଧୂଆଁ ବାହାରୁଛି । ତେବେ ଏହି ଅଞ୍ଚଳକୁ ଯିବାକୁ ନିଷେଦ୍ଧ ଥିବାରୁ, କୁହାଯାଉଛି କି ୨୨୦ ବର୍ଷ ହେବ କ୍ରମାଗତ ଭାବରେ ଏଠାରେ ଆଗ୍ନେୟଗିରି ଜଳୁଛି । ତେବେ ଏହି ସ୍ଥାନକୁ ଯିବାକୁ ହେଲେ ଆପଣଙ୍କୁ ଦ୍ୱୀପ ସମୁହ ଏବଂ ବନ ବିଭାଗରୁ ବିଶେଷ ଅନୁମତି ନେବାକୁ ପଡିବ ।

ପ୍ରାୟ ଦେଢ ଶତାବ୍ଦୀ ନିଷ୍କ୍ରିୟତା ପରେ ୧୯୯୧ରେ ଆଉ ଏକ ବିସ୍ଫୋରଣ ହୋଇଥିଲା । ଯାହା ଛଅ ମାସ ଧରି ଚାଲିଥିଲା ଏବଂ ବହୁତ କ୍ଷତି ମଧ୍ୟ ହେଇଥିଲା । ଖବର ଅନୁଯାୟୀ, ଏହି ଆଗ୍ନେୟଗିରି ସୁନାମି ସମୟରେ ମଧ୍ୟ ଜଳୁଥିବା ନଜର ଆସିଥିଲା । ବୈଜ୍ଞାନିକଙ୍କ କହିବା କଥା ହେଉଛି  ପୃଥିବୀ ଭିତରେ ଯେକୌଣସି ପ୍ରକାରର ଗତିବିଧି ହେବା ଦ୍ୱାରା ଆଗ୍ନେୟଗିରି ଫାଟିବା ପାଇଁ ଲାଗିଥାଏ । ତେବେ ଏହା ୨୦୧୬ ମସିହାରେ ଫାଟିଥିଲା ଏବଂ ଲାଭା ଅନେକ ଦିନ ପର୍ଯ୍ୟନ୍ତ ବାହାରି ଥିଲା । ସ୍କୁବା ଡାଇଭିଂ ଶିଖିବା ପାଇଁ ବ୍ୟାରେନ୍ ଦ୍ୱୀପପୁଞ୍ଜର ପାଣିକୁ ସମଗ୍ର ବିଶ୍ୱରେ ବହୁତ ଭଲ ଏବଂ ନିରାପଦ ବିବେଚନା କରାଯାଏ ।

You Can Read:

The post ଭାରତର ଏପରି ଏକ ସ୍ଥାନ, ଏଠାକୁ ଯିବାକୁ କରାଯାଇଛି ବ୍ୟାନ୍‌ appeared first on Prameya News7.



Leave a Comment