ଭାରତୀୟ ବିମାନ ବ୍ୟବହାର ପାଇଁ ମିଳିଲାନି ମଞ୍ଜୁରୀ; ଚାଲିଗଲା ନାବାଳକର ଜୀବନ techguruodia


ନୂଆଦିଲ୍ଲୀ: ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁୟୁଜିଙ୍କ ଜିଦ୍ ପାଇଁ ଚାଲିଗଲା ଛୋଟ ପିଲାର ଜୀବନ । ଭାରତୀୟ ବିମାନ ଉଡ଼ାଇବାକୁ ଦିଆନଯିବାରୁ ୧୪ ବର୍ଷିୟ ନାବାଳକର ଜୀବନ ଚାଲିଯାଇଛି । ପିଲାଟିର ମେଡିକାଲ ଏମୋର୍ଜେନ୍ସ ଥିଲେ ମଧ୍ୟ ହେଲିକପ୍ଟର ବ୍ୟବହାର କରିବାକୁ ଅନୁମତି ଦିଆଯାଇନଥିଲା । ଫଳରେ ନାବାଳକର ଜୀବନ ଚାଲିଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଳଦ୍ବୀପର ୩ମନ୍ତ୍ରୀ ଆପତ୍ତିଜନକ ଟିପ୍ପଣୀ ଦେବା ପରେ ଭାରତ ଓ ମାଳଦ୍ବୀପ ମଧ୍ୟରେ ଉତ୍ତେଜନା ବଢ଼ି ବଢ଼ି ଚାଲିଛି । ତେବେ ଦୁଇ ଦେଶର ସମ୍ପର୍କରେ ପଡୋଶୀ ଦେଶ ହସ୍ତକ୍ଷେପ କରିବା ପରେ ବିବାଦ ବଢ଼ିଯାଇଛି ।  ଆଉ ଏହି ତିକ୍ତତା ମଧ୍ୟରେ ବଳି ପଡ଼ିଛନ୍ତି ଜଣେ ୧୪ ବର୍ଷିୟ ନାବାଳକ । ପିଲାଟିର ଷ୍ଟ୍ରୋକ୍ ଆସିବା ପରେ ପରିବାର ଲୋକ ଭାରତୀୟ ହେଲିକପ୍ଟରରେ ଏୟାର ଲିଫ୍ଟ କରିବାକୁ ଅନୁରୋଧ କରିଥିଲେ, ମାତ୍ର ସରକାରଙ୍କ ନୀତି ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଭାରତୀୟ ବିମାନ ବ୍ୟବହାର ପାଇଁ ଅନୁମତି ଦେଇନଥିଲେ । ଫଳରେ ରୋଗୀଙ୍କୁ ରାଜଧାନୀର ମାଲେ ହସ୍ପିଟାଲରେ ପହଞ୍ଚାଇବାକୁ ୧୬ ଘଣ୍ଟା ଲାଗିଥିଲା । ଯାହାଫଳରେ ନାବାଳକର ଜୀବନ ଚାଲିଯାଇଥିଲା ।   

ଭାରତ ସରକାର ମାଳଦ୍ବୀପରେ  ମେଡିକାଲ  ଏୟାରଲିଫ୍ଟ ଏବଂ ଅନ୍ୟ ହାଇ ଆଭେଲିବିଟି ଡିଜାଷ୍ଟର ରିକଭରୀ ପାଇଁ ଦୁଇଟି ନୌସେନା ହେଲିକପ୍ଟର ଏବଂ ଗୋଟିଏ ଡୋର୍ନିୟର ହିମାନ ପଠାଇଥିଲେ । ମାତ୍ର ମାଳଦ୍ବୀପ ସରକାର ଏସବୁକୁ ବ୍ୟବହାର କରିବାକୁ ଅନୁମତି ଦେଇନଥିଲେ । ଏନେଇ ଏବେ ମାଳଦ୍ବୀପ ସରକାର ଏବଂ ରାଷ୍ଟ୍ରପତି ମହମ୍ମଦ ମୁୟୁଜିଙ୍କୁ ସମାଲୋଚିତ ହେବାକୁ ପଡ଼ିଛି ।

The post ଭାରତୀୟ ବିମାନ ବ୍ୟବହାର ପାଇଁ ମିଳିଲାନି ମଞ୍ଜୁରୀ; ଚାଲିଗଲା ନାବାଳକର ଜୀବନ appeared first on Prameya News7.



Leave a Comment