ମହାଆଡମ୍ବରରେ ଦୁର୍ଗା ମନ୍ଦିର ପ୍ରତିଷ୍ଠା ଉତ୍ସବ, ଜମୁଛି ମହିଷାସୁର ଦରବାର techguruodia


ବିନିକା ୨୦।୦୧ : ହୋମ ଯଜ୍ଞ ମନ୍ତ୍ର ପାଠ ସହ ଜମୁଛି ଭଜନ କୀର୍ତ୍ତନ । ବେଶ ସରଗମର ହେଉଛି ମହିଷାସୁର ଦରବାର l ସୋନପୁର ଜିଲ୍ଲା ବିନିକା ସହର ପୁରୁଣା ବସ ଷ୍ଟାଣ୍ଡ ଦୁର୍ଗା ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାଆଡମ୍ବରରେ ଚାଲିଛି l ଆଜିକୁ ୫୩ ବର୍ଷ ହେବ ମା ଦୁର୍ଗାଙ୍କ ମେଡ଼ ତିଆରି କରି ପ୍ରତ୍ୟେକ ବର୍ଷ ଦଶହରା ସମୟରେ ଦଶ ଦିନ ଧରି ଦଶଭୁଜାଙ୍କ ପୂଜାର୍ଚ୍ଚନା କରାଯାଉଥିଲା l ଆଜି ଦୀର୍ଘ ଦିନର ସ୍ବପ୍ନ ଆଶା ଅଭିଳାଷ ପୂରଣ ହେବାକୁ ଯାଉଛି l ମା ଦୁର୍ଗାଙ୍କ ଭବ୍ୟ ଅଷ୍ଠ ଧାତୁ ପିତ୍ତଳ ମୂର୍ତ୍ତିରେ ତିଆରି ମାଙ୍କ ପ୍ରତିମୂର୍ତ୍ତି ସହ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ଆଡ଼ମ୍ବରରେ ଦଶ ଦିନ ଧରି କରାଯାଉଅଛି l

ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି l ମନ୍ଦିର ପ୍ରତିଷ୍ଠା ଉତ୍ସବ ଦଶ ଦିନ ଧରି ଚାଲୁଥିବା ବେଲେ ଆଜି ଅଞ୍ଚଳର ବ୍ରହ୍ମ ସମାଜ ପକ୍ଷରୁ ଚାରି ଗ୍ରନ୍ଥ ଅଷ୍ଟାଦଶ ପୁରାଣ ଚାଲିଛି l ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପଣ୍ଡିତଙ୍କ ଦ୍ଵାରା ମନ୍ତ୍ର ପାଠ ସହ ହୋମ ଯଜ୍ଞ ମଧ୍ୟ କରାଯାଉଛି ।

ବିନିକା ସହର ଠାରେ ଏକ ଭକ୍ତି ମୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଦୀର୍ଘ ଦିନ ପର ମା ଦୂର୍ଗାଙ୍କ ମନ୍ଦିର ଓ ଅଷ୍ଠ ଧାତୁ ନିର୍ମିତ ପିତ୍ତଳ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ପାଈଁ କମିଟିର କର୍ମକର୍ତ୍ତା ଅଞ୍ଚଳବାସୀ ସମସ୍ତେ ଉତ୍ସାହିତ ରହିଥିବା ଦେଖା ଦେଇଛି l କମିଟିର ସମସ୍ତ କର୍ମକର୍ତ୍ତା ଅଞ୍ଚଳବାସୀ ସମସ୍ତଙ୍କ ସହାୟତା ପାଈଁ ଆଜି ଏହିଭଳି ଭାବରେ ଭବ୍ୟ ଆୟୋଜନ କରାଯାଇଥିବା ଦୁର୍ଗା ମନ୍ଦିର କମିଟିର ସଭାପତି କହିଛନ୍ତି l

ଦିନ ସମୟରେ ରୀତି ନୀତି ଅନୁସାରେ ମନ୍ଦିର ପ୍ରତିଷ୍ଠା ପାଇଁ ହୋମ ଯଜ୍ଞ ମନ୍ତ୍ର ଧ୍ଵନିରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ସନ୍ଧ୍ୟା ସମୟରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଉଛି l ସନ୍ଧ୍ୟାରେ ମିନାବଜାର,ରାମଦୋଳି,ମହିଷାସୁର ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମହିଷାସୁର ଭୂମିକାରେ ଅଭିନୟ କରୁଥିବା ଗୋପାଲ ପଣ୍ଡାଙ୍କ କଳା ମଞ୍ଚ ସମ୍ମୁଖରୁ ହଜାର ହଜାର ଦର୍ଶକଙ୍କୁ ବାନ୍ଧି ରଖୁଛି l

ପ୍ରତ୍ୟେକ ଦିନ ମହିଷାସୁର ଦରବାରରେ ରାଜ ଅତିଥି ଭାବରେ ନେତା, ଅଭିନେତା, ଅଭିନେତ୍ରୀ, ବିଧାୟକ, ସାଂସଦ,ମନ୍ତ୍ରୀ,ସରକାରି ଅଧିକାରୀ, କଳାକାର  ମାନେ ଉପସ୍ଥିତ ରହୁଛନ୍ତି l ମହିଷାସୁର ଦରବାରରେ ରାଜ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀଯୁକ୍ତ ପଦ୍ମନାଭ ବେହେରା, ସୋନପୁର ଆରକ୍ଷୀ ଅଧିକ୍ଷକ ଅମ୍ବରିଷ ପଣ୍ଡା ଯୋଗ ଦେଇ ନିଜ ନିଜ ସାଂସ୍କୃତିକ ବାର୍ତ୍ତା ରଖିଥିଲେ l ପରେ ମହିଷାସୁର ମହାରାଜାଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଚ ଉପରେ ବିଧାୟକ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଏକ ମା ଦୁର୍ଗାଙ୍କ ଭଜନ ସଙ୍ଗୀତ ଗାନ କରିଥିଲେ l




Leave a Comment