ରହସ୍ୟମୟୀ ବେଳାଭୂମୀ; ଦେଖିବାକୁ ମିଳେ ସବୁଜ ବାଲି, କଣ ରହିଛି ଏହାର ରହସ୍ୟ ? techguruodia


ନୂଆଦିଲ୍ଲୀ ୧୯।୦୧: ପ୍ରକୃତି ପ୍ରଦତ୍ତ ଦୁନିଆ ଖୁବ୍‌ ରହସ୍ୟମୟୀ । ଏଠାରେ ଏପରି ଜିନିଷ ରହିଛି ଯାହା ବିଷୟରେ ଜାଣିବା ତ ଦୂରର କଥା, ଅନେକ ଶୁଣିନଥିବେ ମଧ୍ୟ । ବର୍ତ୍ତମାନ ଏପରି ଏକ ଅଜବ ସ୍ଥାନକୁ ନେଇ ଖୁବ୍‌ ଚର୍ଚ୍ଚା । ଏହା ନିଜେ ନିଜେ ଏକ ବଡ ରହସ୍ୟ । ଏହା ବିଷୟରେ ଶୁଣିବା ପରେ ସମସ୍ତେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହା ବିଷୟରେ ହୁଏତ କେହି କେବେ ଶୁଣି ନଥିବେ ।

 ବାସ୍ତବରେ ଆମେ କହୁଛୁ ମହାନା ବେଳାଭୂମି ବିଷୟରେ । ଏହି ବେଳାଭୂମିରେ ଦେଖିବାକୁ ମିଳିଥାଏ ରହସ୍ୟମୟ ବାଲି । ଯାହାକୁ ଦେଖିବା ପରେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ସମସ୍ତ ନିଶ୍ଚୟ ଜାଣିଥିବେ ହୱାଇ ପ୍ରଶାନ୍ତ ମହାସାଗରରେ ଏକ ଦ୍ୱୀପପୁଞ୍ଜ ରହିଛି । ଯେଉଁଥିରେ ୮ଟି ଦ୍ୱୀପ ଅନ୍ତର୍ଭୁକ୍ତ । ଆଉ ଏଥିରୁ ସବୁଠୁ ବଡ଼ ଦ୍ୱୀପପୁଞ୍ଜ ହେଉଛି ହୱାଇ । ଯାହାକୁ ସାରା ବିଶ୍ବ ଦ ବିଗ୍ ଆଇଲ୍ୟାଣ୍ଡ ଭାବେ ଜାଣିଥାଏ ।

 ଏହି ମହାନା ବିଚ୍‌ ଦେଖିବାକୁ ଯେତିକି ସୁନ୍ଦର, ସେତିକି ରହସ୍ୟମୟୀ ମଧ୍ୟ । ଯେତେବେଳେ ଲୋକମାନେ ଏହାର ବାଲିକୁ ପ୍ରଥମଥର ଦେଖନ୍ତି, ସେତେବେଳେ ସମସ୍ତେ ଖୁବ୍‌ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ବାଲିକୁ ଦେଖିବା ପରେ ସମସ୍ତଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଉଠିଥାଏ । ଖାସ୍‌ କରି ବାଲିର ରଙ୍ଗକୁ ନେଇ । ଅର୍ଥାତ୍‌ ଅନ୍ୟ ବାଲି ଅପେକ୍ଷା ଏହି ବାଲି ଦେଖିବାକୁ ସମ୍ପର୍ଣ୍ଣ ଭିନ୍ନ । ବାସ୍ତବରେ ଏହି ବାଲିର ରଙ୍ଗ ସବୁଜ ।

ତେବେ କାହିଁକି ଏହି ବାଲିର ରଙ୍ଗ ସବୁଜ ? ଏହା ପଛର ରହସ୍ୟ କ’ଣ? ଏକ ରିପୋର୍ଟ ଅନୁଯାୟୀ, ଏଠାରେ ଥିବା ବାଲିର ରଙ୍ଗ ସବୁଜ ହେବା ପଛର କାରଣ ହେଉଛି ଏଠାରେ ଥିବା ସବୁଜ ରଙ୍ଗର ଅଲିଭାଇନ୍ ପଥର । କୁହାଯାଉଛି କି ଏଥିପାଇଁ ବାଲିର ରଙ୍ଗ ସବୁଜ ହୋଇଯାଏ । ଏହି ପଥର ଏଠାରେ ମିଳିଥାଏ, ଯେଉଁଥିପାଇଁ ଅଲିଭାଇନକୁ ହୱାଇ ଡାଇମଣ୍ଡ ଭାବରେ ମଧ୍ୟ ଜାଣିଥାଏ ସାରା ବିଶ୍ବ ।

ରିପୋର୍ଟରେ ଦର୍ଶାଯାଇଛି ଯେ ଗ୍ରୀନ୍‌ ଅଲିଭାଇନ୍ ଅର୍ଦ୍ଧ ମୂଲ୍ୟବାନ ପଥରର କଣିକା ଗୁଡ଼ିକରୁ ଆସିଥାଏ । ଯାହା ପୁଉ ମହାନାର ସିଣ୍ଡର କୋନରୁ ବାହାରିଥାଏ ।  ଯାହା ମୌନା ଲୋଆର ଦକ୍ଷିଣ-ପଶ୍ଚିମ ଫାଟ ଉପରେ ଥିବା ଏକ ପୁରୁଣା ଆଗ୍ନେୟଗିରି ଅଟେ । ତେବେ ବର୍ତ୍ତମାନ ସୋଶିଆଲ୍‌ ମିଡିଆରେ ଏହି ଫଟୋ ବେଶ୍‌ ଭାଇରାଲ୍‌ ହେଉଛି ।  ଯାହା ଜିଓଲୋଜି ପେଜ୍ ନାମକ ଜଣେ ୟୁଜର୍ସଙ୍କ ଦ୍ୱାରା ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି । ଏହାର କ୍ୟାପସନରେ କୁହାଯାଇଛି ଯେ ମହାନା ବିଚ୍ ପାପାକୋଲିଆ ବିଚ୍ କିମ୍ବା ଗ୍ରୀନ୍ ସ୍ୟାଣ୍ଡ ବିଚ୍ ନାଁରେ ମଧ୍ୟ ଜଣାଶୁଣା ।

You Can Read:

The post ରହସ୍ୟମୟୀ ବେଳାଭୂମୀ; ଦେଖିବାକୁ ମିଳେ ସବୁଜ ବାଲି, କଣ ରହିଛି ଏହାର ରହସ୍ୟ ? appeared first on Prameya News7.



Leave a Comment