ରାଞ୍ଚି ଜମି ଦୁର୍ନୀତି ମାମଲା: ଶନିବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଜେରା କରିବ ଇଡି techguruodia


ରାଞ୍ଚି: ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଶନିବାର ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିପାରେ । କୁହାଯାଉଛି, ଇଡି ଟିମ୍ ଦ୍ବିପ୍ରହରେ ମୁଖ୍ୟମନ୍ତ୍ରୀଙ୍କୁ ଜମି ଦୁର୍ନୀତି ମାମଲାରେ ଜେରା କରିବ । ଏଥିପାଇଁ ସରୁକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସିଏମ ହାଉସ୍ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବାହାରେ ବ୍ୟାରିକେଡ୍ ଲଗାଯାଇଛି ।   

ସୂଚନା ଅନୁଯାୟୀ, ଇଡି କାର୍ଯ୍ୟାଳୟ ଠାରୁ ଇଡି ଅଫିସ୍ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ ଟାଇଟ୍ କରାଯାଇଛି । ଏଠାରେ ବହୁ ସଂଖ୍ୟାରେ ପୋଲିସକର୍ମୀଙ୍କୁ ମୁତୟନ କରାଯାଇଛି । ରାଞ୍ଚି ଏପସି ରାମକୁମାର ମେହତା କହିଛନ୍ତି, ସବୁଠୁ ଚେକିଂ ବ୍ଲକିଂ କରାଯାଉଛି । ପୂର୍ବରୁ ଇଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନକୁ ୭ଥର ସମନ ଜାରି କରିଥିଲା । ହେଲେ ସେ ଇଡିରେ ହାଜର ହୋଇନଥିଲେ । ଅଷ୍ଟମ ନୋଟିସରେ ହେମନ୍ତ ସୋରେନ ଯାଞ୍ଚ ଏଜେନ୍ସିଙ୍କୁ ପଚରାଉଚରା ପାଇଁ ସମୟ ଦେଇଛନ୍ତି ।

ଇଡିର ସପ୍ତମ ସମନରେ ଡିସେମ୍ୱର ୩୧ ଡେଡ୍ ଲାଇନ ରଖାଯାଇଥିଲା । ଅଗଷ୍ଟ ୧୪ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ହେମନ୍ତ ସୋରେନଙ୍କୁ ପ୍ରଥମ ନୋଟିସ୍ ଜାରି କରାଯାଇଥିଲା । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହା ବିରୋଧରେ ସୁପ୍ରିମକୋର୍ଟ ଏବଂ ପରେ ଝାଡଖଣ୍ଡ ହାଇକୋର୍ଟରେ ଆବେଦନ ଦାଖଲ କରି ଇଡି କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ଲୋଡ଼ିଥିଲେ । କିନ୍ତୁ ଉଭୟ କୋର୍ଟ ତାଙ୍କ ଯାଚିକାରୁ ଖାରଜ କରି ଦେଇଥିଲେ । ସବୁଥର ହେମନ୍ତ ସୋରେନ ଇଡି ନୋଟିସକୁ ଅନୁଚିତ ବୋଲି କହିଛନ୍ତି ।

କେନ୍ଦ୍ରୀୟ ଏଜେନ୍ସିର କହିବା ଅନୁସାରେ ଝାଡ଼ଖଣ୍ଡର ମାଫିଆ ଦ୍ୱାରା ଭୂମିର ମାଲିକାନା ପରିବର୍ତ୍ତନରେ ଦୁର୍ନୀତିର ସେ ତଦନ୍ତ କରୁଛି । ଏବେ ସୁଦ୍ଧା ଏହି ମାମଲାରେ ୧୪ ଲୋକଙ୍କୁ ଗିରଫଦାରୀ କରାଯାଇଛି । ଇଡି ମାମଲାରେ ୨୦୧୧ ବ୍ୟାଚର ଆଇଏଏସ ଛବି ରଞ୍ଜନଙ୍କୁ ମଧ୍ୟ ଗିରଫ କରାଯାଇଛି ।

The post ରାଞ୍ଚି ଜମି ଦୁର୍ନୀତି ମାମଲା: ଶନିବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଜେରା କରିବ ଇଡି appeared first on Prameya News7.



Leave a Comment