ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ ୩ ସନ୍ଦିଗ୍ଧ ଗିରଫ, ଖଲିସ୍ତାନୀ ଆତଙ୍କବାଦୀଙ୍କ ଲିଙ୍କ୍‌ ସନ୍ଦେହ techguruodia


ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ପ୍ରୁଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏହି ଅବସରରେ ଚଳଚଞ୍ଚଳ ହୋଇଉଠୁଛି ଅଯୋଧ୍ୟା ନଗରୀ। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି। ଏହାରି ଭିତରେ କାନାଡା ନିହତ ସୁକ୍ୱା ଦୁନକେ ଓ ଅର୍ଶ ଡାଲା ଗ୍ୟାଙ୍ଗ୍‌ର ୩ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି।

ବିଶେଷ ସୂତ୍ରରୁ ଖବର ଅନୁଯାୟୀ ସୁକ୍ୱା ଦୁନକେ ଗ୍ୟାଙ୍ଗ୍‌ର ଲିଙ୍କ ଧର୍ମବୀର ଓ ତାଙ୍କ ସହଯୋଗୀଙ୍କୁ ହେପାଜତ ନେଇ ପଚରାଉଚୁରା କରୁଛି ଉତ୍ତର ପ୍ରଦେଶର ଏଟିଏସ୍‌। ୟୁପି ଏଟିଏସ୍‌ଙ୍କ ସହ ଗୁଇନ୍ଦା ବିଭାଗର ଗୋଟିଏ ଟିମ୍‌‌ବ ପଚରାଉଚୁରା କରୁଛି।

କୁହାଯାଉଛି ଯେ ଧରମବୀର ରାଜସ୍ଥାନର ସିକର ବାସିନ୍ଦା। ଆମେ ଆପଣଙ୍କୁ କହିବୁ ଯେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଅର୍ଶ ଡାଲାକୁ ଓ୍ୱାଣ୍ଟେଡ ଘୋଷଣା କରିଛି। ଏଥି ସହ ଭାରତ ସରକାର ତାଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ଅଯୋଧ୍ୟା ସ୍ପେଶାଲ ପୋଲିସ ଡିଜି କହିଛନ୍ତି ଯେ ରାଜ୍ୟ ସରକାର ଏବଂ ପୋଲିସ ମୁଖ୍ୟାଳୟର ନିର୍ଦ୍ଦେଶରେ ଚାଲିଥିବା ଯାଞ୍ଚ ଅଭିଯାନରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ସନ୍ଦିଗ୍ଧମାନଙ୍କୁ ପଚରାଉଚରା ଚାଲିଛି।

The post ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ ୩ ସନ୍ଦିଗ୍ଧ ଗିରଫ, ଖଲିସ୍ତାନୀ ଆତଙ୍କବାଦୀଙ୍କ ଲିଙ୍କ୍‌ ସନ୍ଦେହ appeared first on Prameya News7.



Leave a Comment