ରାମ ମନ୍ଦିରରେ ବ୍ୟବହାର ହୋଇନି ଲୁହା ଏବଂ ଷ୍ଟିଲ୍, ନିର୍ମାଣରେ ସହଯୋଗ କରିଛି ଇସ୍ରୋ techguruodia


ନୂଆଦିଲ୍ଲୀ: ଭଗବାନ ରାମଙ୍କ ପାଇଁ ଅଯୋଧ୍ୟାରେ ନିର୍ମିଣା ହେଉଥିବା ଭବ୍ୟ ରାମ ମନ୍ଦିର ବାସ୍ତବରେ ପାରମ୍ପାରିକ ଭାରତୀୟ ବାସ୍ତୁକଳା ଏବଂ ବିଜ୍ଞାନ ମିଶ୍ରଣ । ଏହି କାରଣରୁ ପ୍ରଭୁଙ୍କ ମନ୍ଦିର ଶତାବ୍ଦୀ ଯାଏ ଏପରି ଠିଆ ହୋଇ ରହିବ । ଶ୍ରୀରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି ଯେ ମନ୍ଦିର ଏକ ହଜାର ବର୍ଷରୁ ଅଧିକ ସମୟ ଯାଏ ଏଭଳି ହିଁ ରହିବ ।

ସେ ଏହା ମଧ୍ୟ କହିଛନ୍ତି ଯେ ଦେଶର ଶୀର୍ଷ ବୈଜ୍ଞାନିକମାନେ ଏହାକୁ ଏକ ପ୍ରତିଷ୍ଠିତ ଭିତ୍ତିଭୂମି ନିର୍ମାଣ କରିବାରେ ଯୋଗଦାନ ଦେଇଛନ୍ତି । ଏହା ପୂର୍ବରୁ ଏପରି କେବେ ହୋଇ ନଥିଲା । ମନ୍ଦିର ନିର୍ମାଣରେ ଇସ୍ରୋର ଉଲ୍ଲେଖନୀୟ ଭୂମିକା ରହିଛି ।

ଏନଡିଟିଭିର ଏକ ରିପୋର୍ଟ ଅନୁସାରେ, ଚନ୍ଦ୍ରକାନ୍ତ ସୋମପୁରାଙ୍କ ଦ୍ୱାରା ନାଗର ଶୈଳୀ ବା ଉତ୍ତର ଭାରତୀୟ ମନ୍ଦିର ଡିଜାଇନ୍ ଅନୁସାରେ ରାମ ମନ୍ଦିର ପ୍ରସ୍ତୁତ କରାଯାଇଛି । ଏହି ପରିବାରର ପ୍ରାୟ ୧୫ ପିଢି ଏହି କାମ କରି ଆସୁଛନ୍ତି । ଏହି ପରିବାର ୧୦୦ରୁ ଅଧିକ ମନ୍ଦିର ଡିଜାଇନ୍ କରିଛି । ସୋମପୁରା କୁହନ୍ତି, ବାସ୍ତୁକଳା ଇତିହାସରେ ଶ୍ରୀରାମ ମନ୍ଦିର ସର୍ବଶ୍ରେଷ୍ଠ । ପୃଥିବୀର କୌଣସି ସ୍ଥାନରେ ହୁଏତ ଏପରି କୌଣସି ସଂରଚନା କରାଯାଇଥିବ ।

ପଢନ୍ତୁ: ସୂର୍ଯ୍ୟବଂଶୀ ଠାକୁରମାନେ ୫୦୦ ବର୍ଷ ପରେ ପୁଣି ଥରେ ପିନ୍ଧିଲେ ପଗଡ଼ି, ରାମ ମନ୍ଦିର ପାଇଁ ନେଇଥିଲେ ଶପଥ

ନୃପେନ୍ଦ୍ର ମିଶ୍ରଙ୍କ କହିବା ଅନୁସାରେ ମନ୍ଦିରର ମୋଟ କ୍ଷେତ୍ରଫଳ ୨.୭ ଏକର । ୫୭,୦୦୦ ବର୍ଗଫୁଟ୍ ଅଞ୍ଚଳରେ ଏହାକୁ ନିର୍ମାଣ କରାଯାଇଛି । ଏହା ତିନି ମହଳା ବିଶିଷ୍ଟ । ସେ ଏହା ବି କହିଛନ୍ତି ଯେ ମନ୍ଦିରରେ ଲୁହା କିମ୍ୱା ଷ୍ଟିଲ୍ ବ୍ୟବହାର କରାଯାଇ ନାହିଁ । ସେ କହିଛନ୍ତି ଯେ ଲୁହାର ବୟସ ମାତ୍ର ୮୦-୯୦ ବର୍ଷ ହୋଇଥାଏ । ମନ୍ଦିରର ଉଚ୍ଚତା ୧୬୧ ଫୁଟ୍ ଯାହା କୁତୁବ ମୀନାର ଉଚ୍ଚତାର ପ୍ରାୟ ୭୦ ପ୍ରତିଶତ ହେବ ।

ସେ କହିଛନ୍ତି, ଏଥରେ ସର୍ବୋତ୍ତମ ମାନର ଗ୍ରାନାଇଟ୍, ବଲୁଆ ପଥର ଏବଂ ମାର୍ବଲ ବ୍ୟବହାର କରାଯାଇଛି । ସେହିପରି ଯୋଡିବା ପାଇଁ ସିମେଣ୍ଟ କିମ୍ୱା ଚୁନା ମୋର୍ଟାରର କୌଣସି ବ୍ୟବହାର କରାଯାଇ ନାହିଁ । କେନ୍ଦ୍ରୀୟ ଭବନ ଅନୁସନ୍ଧାନ ସଂସ୍ଥାନ, ରୁଡକୀର ନିର୍ଦ୍ଦେଶକ ଡ.ପ୍ରଦୀପ କୁମାର ରାମଞ୍ଚରଲା ମଧ୍ୟ ଏହାକୁ ସର୍ବଶ୍ରେଷ୍ଠ ବୋଲି କହିଛନ୍ତି ।

The post ରାମ ମନ୍ଦିରରେ ବ୍ୟବହାର ହୋଇନି ଲୁହା ଏବଂ ଷ୍ଟିଲ୍, ନିର୍ମାଣରେ ସହଯୋଗ କରିଛି ଇସ୍ରୋ appeared first on Prameya News7.



Leave a Comment