ରାମ ମନ୍ଦିର ପ୍ରତିଷ୍ଠା ଦିନ ସମ୍ବଲପୁରରେ ଜଳିବ ୧ଲକ୍ଷ ୧୧ ହଜାର ୧ଶହ ୧୧ ଦୀପ techguruodia


ସୋମବାର ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା। ପୁରଠୁ ପଲ୍ଲୀ ସବୁଠି ଉତ୍ସବ ମୁଖର। ରାମ ମନ୍ଦିର ପ୍ରତିଷ୍ଠା ପାଇଁ ସମ୍ବଲପୁର ଦେଖିବ ଆଉ ଏକ ଦୀପାବଳି।  ସମ୍ବଲପୁର ମହାନଦୀ ତଟରେ ଜଳିବ ୧ଲକ୍ଷ ୧୧ ହଜାର ୧ଶହ ୧୧ଟି ଦୀପ । ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ୨୨କୁ ଉତ୍ସବ ମନାଇବ ସମ୍ବଲପୁରର ମାରଓ୍ବାଡି ଯୁବମଂଚ । ଏନେଇ ଭିନ୍ନ ଢଙ୍ଗରେ ପାଳନ ପାଇଁ ମାରଓ୍ବାଡି ଯୁବା ମଂଚ  ଚିନ୍ତା କରିଥିବାବେଳେ ଏଥିରେ ୧୫ଟି ସଂଗଠନ ସାମିଲ ହେବେ ।

 ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ମହାନଦୀସ୍ଥିତ ଅଯୋଧ୍ୟ ସରୋବରରେ ୧ଲକ୍ଷ ୧୧ ହଜାର ୧ ଶହ ୧୧ଟି ଦୀପ ଜାଳିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।  ଏନେଇ ମାରଓ୍ବାଡି ଯୁବା ମଂଚ ସାଙ୍ଗରେ ହନୁମାନ ମନ୍ଦିର କମିଟି, ବୀର ବଜରଙ୍ଗୀ, ହାଟପଦା, ପର୍ଶୁରାମ ଭବନ, ମହିଳା ନବଚେତନା, ବ୍ରାହ୍ମଣ ମହିଳା ସମିତି ପରି  ଅନେକ ସଂଗଠନ ସାମିଲ ହୋଇଛନ୍ତି ।

The post ରାମ ମନ୍ଦିର ପ୍ରତିଷ୍ଠା ଦିନ ସମ୍ବଲପୁରରେ ଜଳିବ ୧ଲକ୍ଷ ୧୧ ହଜାର ୧ଶହ ୧୧ ଦୀପ appeared first on Prameya News7.



Leave a Comment