ଶନିବାର ଖୋଲିବ ସୋମବାର ବନ୍ଦ ରହିବ ଷ୍ଟକ୍ ଏକ୍ସଚେଞ୍ଜ; ଚାଲିବ ଦୁଇଟି ସ୍ବତନ୍ତ୍ର ସେସନ techguruodia


ମୁମ୍ବାଇ,୨୦/୦୧: ଶନିବାର ଖୋଲା ରହିବ ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ ଏବଂ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ । ଏଥିପାଇଁ ଦୁଇଟି ସ୍ୱତନ୍ତ୍ର ସେସନ୍‌ ହେବ । ଡିଜାଷ୍ଟର ରିକଭରୀ ସାଇଟ୍‌ର  ପରୀକ୍ଷଣ ପାଇଁ ଆଜି ଖୋଲା ଷ୍ଟକ୍ ଏକ୍ସେଚେଞ୍ଜ । ଡିଜାଷ୍ଟର ରିକଭରୀ ସାଇଟ୍‌ର ବ୍ୟବହାର ନୂଆ ବ୍ୟାକ୍‌ଅପ୍‌ରୁ ଡାଟା ରିକଭର କରିବା ପାଇଁ କରାଯାଇଥାଏ । ମାତ୍ର ସୋମବାର ବନ୍ଦ ରହିବ ବମ୍ବେ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ।

ଯଦି ପ୍ରାଇମେରୀ ଲୋକେଶନ ଏବଂ ଏହାର ସିଷ୍ଟମ୍‌ କୌଣସି ଅପ୍ରତ୍ୟାଶିତ ଘଟଣା ଯୋଗୁ ବିଫଳ ହୋଇଯାଏ,  ତେବେ ରିକଭରୀ ସାଇଟ୍‌ରେ ସୁଇଚ୍‌ କରାଯାଇପାରିବ । ସ୍ୱତନ୍ତ୍ର ଟ୍ରେଡିଂର  ପ୍ରଥମ ସେସନ୍‌ ପ୍ରାଇମେରୀ ସାଇଟ୍‌ରେ ସକାଳ ୯ଟା୧୫ରୁ ୧୦ଟା ଯାଏ ଏବଂ ଦ୍ୱିତୀୟ ସେସନ୍‌ ଡିଆର୍‌ ସାଇଟ୍‌ରେ ସକାଳ ୧୧ଟା୩୦ରୁ ଅପରାହ୍ନ ୧୨ଟା୩୦ ଯାଏ ହେବ । ପ୍ରାକ୍‌-ଓପନିଂ ସେସନ୍‌ ସକାଳ ୯ଟାରୁ ୯ଟା ୮ ଏବଂ ୧୧.୧୫ରୁ  ୧୧.୨୩ ପର୍ଯ୍ୟନ୍ତ ହେବ ।

The post ଶନିବାର ଖୋଲିବ ସୋମବାର ବନ୍ଦ ରହିବ ଷ୍ଟକ୍ ଏକ୍ସଚେଞ୍ଜ; ଚାଲିବ ଦୁଇଟି ସ୍ବତନ୍ତ୍ର ସେସନ appeared first on Prameya News7.



Leave a Comment