ସମଲେଇ ପକଳ୍ପ ପାଇଁ ମା ଭଦ୍ରକାଳୀ ଓ ବାବା ଅଖଣ୍ଡଳମଣିଙ୍କୁ ନିମନ୍ତ୍ରଣ techguruodia


ଭଦ୍ରକ ୧୯।୦୧ : ଆସନ୍ତା ୨୭ରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀ ମନ୍ଦିର ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବ । ଏହି ଉତ୍ସବକୁ ଭଦ୍ରକ ଜିଲ୍ଲାର ବାବା ଆଖଣ୍ଡଳମଣି ମନ୍ଦିର, ଆରଡ଼ି ଓ ମା ଭଦ୍ରକାଳୀ ମନ୍ଦିର ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ତରଫରୁ ନିମନ୍ତ୍ରଣ କରାଯାଇଛି । ଏହି ନିମନ୍ତ୍ରଣ ପ୍ରଦାନ ଓ ଗ୍ରହଣ ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ତେବେ ନିମନ୍ତ୍ରଣ ପ୍ରଦାନକାରୀ ଦଳରେ ଥିବା ପ୍ରଶାସନିକ ଅଧିକାରୀ, ପୂଳକ ଏବଂ ଟ୍ରଷ୍ଟି ସଦସ୍ୟଙ୍କୁ ଜିଲ୍ଲା କାର୍ଯ୍ୟାଳୟ ପ୍ରବେଶପଥ ନିକଟରେ ଥିବା ଆଇ ଲଭ୍ ଭଦ୍ରକ ସ୍ଥାନରୁ ସଂକୀର୍ତ୍ତନ ପରିବେଷଣ କରିଆରେ ସ୍ଵାଗତ ଜଣାଯାଇଛି । ଏହାପରେ ସଂସ୍କୃତି ଭବନକୁ ପାଛୋଟି ଅଣାଯାଇଥିଲା । ସେଠାରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ପ୍ରଭୁ ଜଗନ୍ନାଥ ଓ ମା ସମଲେଶ୍ଵରୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ଅତିଥିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ କରାଯାଇଥିଲା ।

ଅତିଥିମାନେ ସମଲେଶ୍ଵରୀ ପ୍ରକଳ୍ପ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ସହ ମା ସମଲେଶ୍ଵରୀଙ୍କ ମହିମା ସମ୍ବନ୍ଧରେ ବକ୍ତବ୍ୟ ରଖି ଏହି କାର୍ଯ୍ୟରେ ଯୋଗ ଦେବାପାଇଁ ଦୁଇ ମନ୍ଦିରର ସେବାୟତ ଓ ପୂଜକଙ୍କୁ ନିମନ୍ତ୍ରଣ ଜଣାଇଥିଲେ I ଏହି ନିମନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପ୍ରତି କୃତଜ୍ଞତା ପ୍ରକାଶ କରାଯାଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିକାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଉମେଶ ଚନ୍ଦ୍ର ନାୟକ ମଞ୍ଚ ପରିଗଳନା କରିଥିଲେ । ନିମନ୍ତ୍ରଣ ପ୍ରଦାନକାରୀ ଦଳରେ ସମଲେଶ୍ଵରୀ ମନ୍ଦିର ନିର୍ବାହୀ ଅଧିକାରୀ ପ୍ରେମରାଜ ପାଣିଗ୍ରାହୀ, ଏବଂ ପୂଳକ ପ୍ରକାଶ ରାୟ, ସହକାରୀ ଜିଲ୍ଲାପାଳ ସୂର୍ଯ୍ୟ କୁମାର ବରାଳ ସାମିଲ୍ ଥିଲେ ।




Leave a Comment