ସମଲେଇ ପ୍ରକଳ୍ପ ପାଇଁ ବଲାଙ୍ଗୀର ମା’ ସମଲେଶ୍ଵରୀ ମନ୍ଦିରକୁ ନିମନ୍ତ୍ରଣ- prameyanews7 techguruodia


ବଲାଙ୍ଗୀର: ବଲାଙ୍ଗୀରକୁ ଆସିଲା ମାଁ ସମଲେଶ୍ଵରୀଙ୍କ ପ୍ରକଳ୍ପ ଉଦଘାଟନ ପାଇଁ ନିମନ୍ତ୍ରଣ । ଏନେଇ ଭବ୍ୟ ସ୍ୱାଗତ ଜଣାଇଥିଲେ ବଲାଙ୍ଗୀର ବାସୀ। ବଲାଙ୍ଗୀର ଜିଲ୍ଲା  ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ୱରୀ ମାଁ ସମଲେଶ୍ବରୀଙ୍କ ସହ ପ୍ରଭୁ ହରିଶଙ୍କର ଓ ଅନ୍ୟ ୧୦ ଟି ମନ୍ଦିର କୁ ନିମନ୍ତ୍ରଣ ଦେଲେ ସମ୍ବଲପୁର ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ଓ ପୂଜକ ।

ସ୍ଥାନୀୟ ମା ସମଲେଶ୍ୱରୀଙ୍କ ମନ୍ଦିରରେ ୧୦ ଟି ମନ୍ଦିର ର ପୂଜକ ଓ କମିଟି ସଦସ୍ୟ ଙ୍କ ଉପସ୍ଥିତିରେ ସମ୍ବଲପୁର ରୁ ଆସିଥିବା ୪ ଜଣ ସଦସ୍ୟଙ୍କୁ ଜିଲ୍ଲା ପ୍ରଶାସନ ଅଧିକାରୀ ପିଡ଼ିଡିଆର ଡିଏ ସ୍ୱାଗତ ଜଣାଇଥିଲେ । ପରେ ମାଁ ସମଲେଶ୍ୱରୀ ଙ୍କ ପୂଜା କରାଯାଇଥିଲା। ପରେ ମନ୍ଦିର ପ୍ରାଗଣରେ ନିମନ୍ତ୍ରଣ ଦେଇଥିଲେ। ତେବେ ସମଗ୍ର ଜିଲ୍ଲା ବାସୀ ମାଁ ସମଲେଇ ଙ୍କ ଏହି ପ୍ରକଳ୍ପ ଉଦଘାଟନ ଉତ୍ସବରେ ଯୋଗ ଦେବାକୁ କରିଛନ୍ତି ଅନୁରୋଧ।

Also read- କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ମେରିଟ ଲିଷ୍ଟ ପୂର୍ବରୁ କଟ ଅଫ ଲିଷ୍ଟ ପ୍ରକାଶ




Leave a Comment